Advertisment

ପରଦାକୁ ଆସିଲା ରାଣୀ ମୁଖାର୍ଜୀଙ୍କ ଅଭିନୀତ ଫିଲ୍ମ ହିଚକି

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କୁ ହୋଇଛି ଏକ ଅଜବ ରୋଗ। ଏମିତି ରୋଗ ଯେ କଥା କହିଲା ବେଳେ ରାଣୀଙ୍କୁ ଖାଲି ବାରମ୍ବାର ହିଚକି ଆସୁଛି। ତେବେ ଆମେ ଏଠି ରାଣୀଙ୍କ ରିଅଲ ଲାଇଫ କଥା ନୁହେଁ ବରଂ ରିଲ୍ ଲାଇଫ କଥା କହୁଛୁ। ଆଜି ପରଦାକୁ ଆସିଛି ରାଣୀ ମୁଖାର୍ଜୀଙ୍କ ଅଭିନୀତ ଫିଲ୍ମ ହିଚକି।  ଫିଲ୍ମରେ ରାଣୀ ଜଣେ ଶିକ୍ଷୟତ୍ରୀ ଭୂମିକାରେ ନଜର ଆସୁଛନ୍ତି। ଫିଲ୍ମରେ ରାଣୀଙ୍କ ସହ ହର୍ଷ ମେୟର ଏବଂ ସୁପ୍ରିୟା […]

author-image
Otv Khabar Bureau
ପରଦାକୁ ଆସିଲା ରାଣୀ ମୁଖାର୍ଜୀଙ୍କ ଅଭିନୀତ ଫିଲ୍ମ ହିଚକି

hichki

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କୁ ହୋଇଛି ଏକ ଅଜବ ରୋଗ। ଏମିତି ରୋଗ ଯେ କଥା କହିଲା ବେଳେ ରାଣୀଙ୍କୁ ଖାଲି ବାରମ୍ବାର ହିଚକି ଆସୁଛି।

Advertisment

ତେବେ ଆମେ ଏଠି ରାଣୀଙ୍କ ରିଅଲ ଲାଇଫ କଥା ନୁହେଁ ବରଂ ରିଲ୍ ଲାଇଫ କଥା କହୁଛୁ। ଆଜି ପରଦାକୁ ଆସିଛି ରାଣୀ ମୁଖାର୍ଜୀଙ୍କ ଅଭିନୀତ ଫିଲ୍ମ ହିଚକି।  ଫିଲ୍ମରେ ରାଣୀ ଜଣେ ଶିକ୍ଷୟତ୍ରୀ ଭୂମିକାରେ ନଜର ଆସୁଛନ୍ତି।

ଫିଲ୍ମରେ ରାଣୀଙ୍କ ସହ ହର୍ଷ ମେୟର ଏବଂ ସୁପ୍ରିୟା ପିଲଗାଓଙ୍କର ଅଭିନୟ କରିଛନ୍ତି।  ଏହି ଚଳଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ସିଦ୍ଧାର୍ଥ ମାଲହୋତ୍ରା।

Advertisment

ଶେଷ ଥର ପାଇଁ ରାଣୀ ୨୦୧୪ ମସିହାରେ ରିଲିଜ ହୋଇଥିବା ଫିଲ୍ମ ‘ମର୍ଦାନୀ’ ରେ ଅଭିନୟ କରିଥିଲେ। ଏହାପରେ ଦୀର୍ଘ ୪ ବର୍ଷ ଧରି ତାଙ୍କୁ ଆଉ କୌଣସି ଫିଲ୍ମରେ ଅଭିନୟ କରିବାର ଦେଖାଯାଇ ନ ଥିଲା। ଏହି ୪ ବର୍ଷ ସେ ପୂରାପୂରି ତାଙ୍କ ପରିବାର ପ୍ରତି ଧ୍ୟାନ ଦେଇଥିଲେ। ଦୀର୍ଘ ୪ ବର୍ଷର ଏକ ଲମ୍ବା ସମୟ ବ୍ୟବଧାନ ପରେ ପୁଣିଥରେ ରାଣୀ ତାଙ୍କ ଆକ୍ଟିଂ କ୍ୟାରିୟରକୁ ଫେରିଛନ୍ତି।

Rani Mukerji Hichki Hichki Film Release Hichki Movie Review Rani Mukerji Hichki
Advertisment
Advertisment