/odishatv-khabar/media/post_attachments/uploadimage/library/16_9/16_9_0/ranbir-kapoor_1626438065.jpg)
ranbir kapoor
ମୁମ୍ବାଇ: ଏମିତି ଲାଗୁଛି ଯେମିତି ବଲିଉଡ଼ ଅଭିନେତା ରଣବୀର କପୁରଙ୍କ ସମୟ ଠିକ୍ ଚାଲିନାହିଁ। ଯଦି ଆମେ ରଣବୀରଙ୍କ ପିଲ୍ମ ଉପରେ ନଜର ପକାଇବା ତେବେ ଦୀର୍ଘ ଦିନ ଧରି ରଣବୀରଙ୍କ କୌଣସି ହିଟ୍ ଫିଲ୍ମ ଆସିନାହିଁ। ଗୋଟିଏପଟେ ନିଜର ଫିଲ୍ମକୁ ନେଇ ରଣବୀର ଚିନ୍ତାରେ ଥିବାବେଳେ ଏପଟେ ତାଙ୍କ ଦେହ ଅସୁସ୍ଥ। ତାଙ୍କୁ ଏମିତି ଏକ ରୋଗ ହୋଇଛି ଯେ, ପୂରା ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ରଣବୀରଙ୍କ ଦେହ ଖରାପ କଥା ଶୁଣିବା ପରେ ଆପଣଙ୍କ ମନକୁ ଅନେକ ପ୍ରଶ୍ନ ଆସୁଥିବ।/odishatv-khabar/media/post_attachments/wp-content/uploads/2018/04/ranbir-4.jpg)
ତେବେ ଜାଣନ୍ତୁ ପୂରା ଘଟଣା କ’ଣ...
ଶୁଣିବାକୁ ମିଳୁଛି ଯେ ରଣବୀରଙ୍କୁ କୁଆଡେ ଟାଇଫଏଡ଼୍ ହୋଇଛି। ବୁଲ୍ଗେରିଆରେ ଆଲିଆ ଭଟ୍ଟଙ୍କ ସହ ‘ବ୍ରହ୍ମାସ୍ତ୍ର’ ଫିଲ୍ମ ସୁଟିଂରେ ବ୍ୟସ୍ତ ରହୁଥିବା ରଣବୀର ଦେହ ଖରାପ ହେବା ଫଳରେ ମୁମ୍ବାଇ ଆସିଛନ୍ତି। ବର୍ତ୍ତମାନ ତାଙ୍କର ପୂରା ଚିକିତ୍ସା ଚାଲିଛି। କେବଳ ଏତିକି ନୁହେଁ, ତାଙ୍କୁ ଏକ ସ୍ପେଶାଲ୍ ଡାଏଟ୍ ଫଲୋ କରିବା ସହ ଓ ଫିଜିକାଲ୍ ଟ୍ରେନିଂରୁ ନିବୃତ ରହିବାକୁ ଡାକ୍ତର କହିଛନ୍ତି।
/odishatv-khabar/media/post_attachments/wp-content/uploads/2018/04/ranbir-3.jpg)
ଏପରିକି ପ୍ରଖ୍ୟାତ ଅଭିନେତ୍ରୀ ଶବାନା ଆଜମୀଙ୍କ ଏକ ପପୁଲାର୍ ଫ୍ୟାଶନ୍ ସୋ’କୁ ମଧ୍ୟ ସେ ବାତିଲ୍ କରିଛନ୍ତି। ଏହି ସୋ’ରେ ସେ ଦୀପିକା ପାଦୁକୋନଙ୍କ ସହ ଏକ ରାମ୍ପରେ ନଜର ଆସିଥାନ୍ତେ।
/odishatv-khabar/media/post_attachments/wp-content/uploads/2018/04/ranbir.jpg)
ରଣବୀରଙ୍କ ହାତରେ ବର୍ତ୍ତମାନ ୨ଟି ବିଗ୍ ଫିଲ୍ମ ରହିଛି। ଗୋଟିଏ ରାଜ୍କୁମାର ହୀରାନିଙ୍କ ଫିଲ୍ମ, ଯାହାକି ସଞ୍ଜୟ ଦତ୍ତଙ୍କ ଉପରେ ଆଧାରିତ, ଯେଉଁଠି ରଣବୀର ସଞ୍ଜୟ ଦତ୍ତଙ୍କ ଭୂମିକାରେ ଦେଖିବାକୁ ମିଳିବ। ଅନ୍ୟଟି ଆୟନ୍ ମୁଖାର୍ଜୀଙ୍କ ‘ବହ୍ମାସ୍ତ୍ର’ ଫିଲ୍ମ। ଏଥିରେ ମଧ୍ୟ ସେ ମୁଖ୍ୟ ଭୂମିକା ଅଭିନୟ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)