/odishatv-khabar/media/post_attachments/uploadimage/library/16_9/16_9_0/ranbir_1626430196.jpg)
ranbir
ମୁମ୍ବାଇ: ବଲିଉଡ଼ର ଲଭର ବୟ ରଣବୀର କପୁର ଅଭିନୟ ପାଇଁ ଯେତିକି ଚର୍ଚ୍ଚାରେ ରହି ନଥାନ୍ତି ତା’ଠାରୁ ଅଧିକ ଚର୍ଚ୍ଚା ହୋଇଥାଏ ତାଙ୍କ ରୋମାନ୍ସକୁ ନେଇ। ବଲିଉଡ୍ରେ ପାଦ ଦେବା ପରଠାରୁ ଅନେକ ଅଭିନେତ୍ରୀଙ୍କ ସହ ତାଙ୍କ ସଂପର୍କକୁ ନେଇ କିଛି ନା କିଛି ଶୁଣିବାକୁ ମିଳିଥାଛି। ବିଶେଷ କରି ଦୀପିକା ପାଦୁକୋନ୍ ଓ କ୍ୟାଟ୍ରିନା କୈଫ୍ଙ୍କୁ ନେଇ ସେ ବହୁ ସମୟରେ ଖବରର ଶିରୋନାମା ପାଲଟିଛନ୍ତି। ହେଲେ ରଣବୀରଙ୍କ ଜୀବନରେ ଏବେ ଆଉ ଜଣେ ଅଭିନେତ୍ରୀଙ୍କ ଏଣ୍ଟ୍ରି ହୋଇଛି। ଏହା କେତେ ସତ, କେତେ ମିଛ ନିଜେ ରଣବୀର ଜାଣିଥିବେ। ହେଲେ ଏହି ଆଫେୟାରକୁ ନେଇ ବି-ଟାଉନ୍ରେ ଟୁପୁର ଟାପର ଆରମ୍ଭ ହୋଇଯାଇଛି।
ଶୁଣିବାକୁ ମିଳୁଛି ରଣବୀରଙ୍କ ସହ ଏବେ ଆଲିଆ ଭଟ୍ଟଙ୍କ ରୋମାନ୍ସ ଆରମ୍ଭ ହୋଇଯାଇଛି। ଦୁହେଁ ଏବେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଅଭିନୟ କରୁଛନ୍ତି। ଏକାଠି ସିଟିଂ କରିବା ଭିତରେ ଉଭୟଙ୍କ ଭିତରେ ବନ୍ଧୁତ୍ୱ ବଢିବାରେ ଲାଗିଛି। ଫିଲ୍ମର ନିର୍ଦ୍ଦେଶକ ଆୟାନ୍ ମୁଖାର୍ଜି ଓ ରଣବୀର ଖୁବ୍ ଭଲ ବନ୍ଧୁ। ଏହା ଏକ ବଡ଼ ବଜେଟ୍ର ଫିଲ୍ମ ଥିବାରୁ ଫିଲ୍ମକୁ ନେଇ କେତେବେଳେ ରଣବୀରଙ୍କ ଘରେ ତ କେତେବେଳେ ଆୟାନ୍ଙ୍କ ଘରେ ଆଲୋଚନା ହୋଇଥାଏ। ଏଥିରେ ଆଲିଆ ମଧ୍ୟ ଯୋଗ ଦେଇଥାନ୍ତି। ଏହି ସମୟରେ ଆଲିଆ ଓ ରଣବୀରଙ୍କର ଭେଟ ମଧ୍ୟ ହୋଇଥାଏ। ଏପରିକି ଶୁଣିବାକୁ ମିଳୁଛି ଆଲିଆ, ପ୍ରତିଦିନ ରଣବୀରଙ୍କୁ ଦେଖା କରିବାକୁ ଚେଷ୍ଟା କରୁଛନ୍ତି। ଘଣ୍ଟା ଘଣ୍ଟା ଧରି ସେମାନେ ଏକାଠି ସମୟ ମଧ୍ୟ କାଟୁଛନ୍ତି। ଆଗକୁ କ’ଣ ହେବ ସେ କଥା ସମୟ କହିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)