Advertisment

ଆଜି ପବିତ୍ର ରାମ ନବମୀ: ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ରାମ ମନ୍ଦିର

ଭୁବନେଶ୍ୱର: ଆଜି ପବିତ୍ର ରାମ ନବମୀ। ଏଥିପାଇଁ  ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ରାମ ମନ୍ଦିର। ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଜମିବାରେ ଲାଗିଛି। ଧୂପ ଦୀପ ନୈବେଦ୍ୟ ଧରି ପ୍ରଭୁ ଶ୍ରୀରାମଙ୍କ ଆଶିଷ ଭିକ୍ଷା ପାଇଁ  ଭକ୍ତଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି। ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା ଓ ଆରାଧନା ପାଇଁ ସମସ୍ତେ ଉତ୍ସୁକ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିରଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏପଟେ ଭଦ୍ରକରେ ଆଜି ହେବାକୁ ଥିବା ନଗର ସଂକୀର୍ତ୍ତନ କାର୍ଯ୍ୟକ୍ରମରେ […]

author-image
Otv Khabar Bureau
ଆଜି ପବିତ୍ର ରାମ ନବମୀ: ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ରାମ ମନ୍ଦିର

ram navami

ଭୁବନେଶ୍ୱର: ଆଜି ପବିତ୍ର ରାମ ନବମୀ। ଏଥିପାଇଁ  ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ରାମ ମନ୍ଦିର। ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ ଜମିବାରେ ଲାଗିଛି। ଧୂପ ଦୀପ ନୈବେଦ୍ୟ ଧରି ପ୍ରଭୁ ଶ୍ରୀରାମଙ୍କ ଆଶିଷ ଭିକ୍ଷା ପାଇଁ  ଭକ୍ତଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି।

Advertisment

ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା ଓ ଆରାଧନା ପାଇଁ ସମସ୍ତେ ଉତ୍ସୁକ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିରଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଏପଟେ ଭଦ୍ରକରେ ଆଜି ହେବାକୁ ଥିବା ନଗର ସଂକୀର୍ତ୍ତନ କାର୍ଯ୍ୟକ୍ରମରେ ହଜାର ହଜାର ଲୋକ ଓ ୫୦ରୁ ଅଧିକ ମେଢ଼ ସାମିଲ ହେବେ। ପୁରୁଣା ରୁଟ୍ ଦେଇ ଶୋଭାଯାତ୍ରା ସହର ପରିକ୍ରମା କରିବ। ଏହାକୁ ଦୃଷ୍ଟିରେ ରଖି ପୋଲିସ ଛାଉଣୀରେ ପରିଣତ ହୋଇଛି ଭଦ୍ରକ ସହର।

Advertisment

ଏହି ସମୟରେ ଯେପରି କୌଣସି ବିଶୃଙ୍ଖଳା ନହୁଏ, ସେଥିପାଇଁ ମୁତୟନ ହୋଇଛନ୍ତି ୫୦ ପ୍ଲାଟୁନ୍ ଫୋର୍ସ। ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ ଲାଗି ୪ ଜଣ କମାଣ୍ଡାଣ୍ଟ୍ ଓ ୭୦ ଜଣ ଅଫିସରଙ୍କୁ ନିୟୋଜିତ କରାଯାଇଛି। ସାରା ସହରରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦେଇଛି ପ୍ରଶାସନ।

ପ୍ରତିଷେଧକମୂଳକ ପଦକ୍ଷେପ ସ୍ୱରୂପ ଇଣ୍ଟରନେଟ୍ ସେବାକୁ ୪୮ ଘଣ୍ଟା ପର୍ଯ୍ୟନ୍ତ ସହରରେ ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯାଇଛି। ଭଦ୍ରକ ସହରରେ ରାମନବମୀ ଉତ୍ସବ ପାଳନ ଜାରି ରହିଥିବାବେଳେ ସୋସିଆଲ ମିଡିଆର ଅପବ୍ୟବହାର ରୋକିବାକୁ ଏବଂ ସାଂପ୍ରଦାୟିକ ସଦ୍ଭାବନା ପାଇଁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

Odisha Ram Navami Ram Navami Bhadrak Ram Navami Celebrations
Advertisment
Advertisment