Advertisment

୨୬ଟି ରାଜ୍ୟସଭା ଆସନ ପାଇଁ ଚାଲିଛି ନିର୍ବାଚନ

ନୂଆଦିଲ୍ଲୀ:  ଆଜି ଦେଶର ୭ଟି ରାଜ୍ୟରେ ୨୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେଉଛି। ଉତ୍ତର ଉତ୍ତରପ୍ରଦେଶରେ ସର୍ବାଧିକ ୧୦ଟି ସିଟ୍ ପାଇଁ ନିର୍ବାଚନ ହେଉଥିବା ବେଳେ ପଶ୍ଚିମବଙ୍ଗରେ ୫ଟି, କର୍ଣ୍ଣାଟକର ୪ଟି, ତେଲେଙ୍ଗାନାର ୩ଟି, ଝାଡଖଣ୍ଡର ୨ ଏବଂ ଛତିଶଗଡ଼ରେ ଗୋଟିଏ ଆସନ ପାଇଁ ନିର୍ବାଚନ ହେଉଛି। ଏହାସହ କେରଳର ଗୋଟିଏ ଆସନରେ ଉପନିର୍ବାଚନ ହେଉଛି। ସୂଚନାଯୋଗ୍ୟ, ଆସନ୍ତା ଏପ୍ରିଲରେ ୬୨ଟି ରାଜ୍ୟସଭା ପଦ ଖାଲି ହେଉଛି। ଏଥିମଧ୍ୟରୁ ୩ଟି ମନୋନୀତ ସଦସ୍ୟ ହୋଇଥିବାବେଳେ ୫୯ଟି […]

author-image
Otv Khabar Bureau
୨୬ଟି ରାଜ୍ୟସଭା ଆସନ ପାଇଁ ଚାଲିଛି ନିର୍ବାଚନ

parliament

ନୂଆଦିଲ୍ଲୀ:  ଆଜି ଦେଶର ୭ଟି ରାଜ୍ୟରେ ୨୬ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେଉଛି। ଉତ୍ତର ଉତ୍ତରପ୍ରଦେଶରେ ସର୍ବାଧିକ ୧୦ଟି ସିଟ୍ ପାଇଁ ନିର୍ବାଚନ ହେଉଥିବା ବେଳେ ପଶ୍ଚିମବଙ୍ଗରେ ୫ଟି, କର୍ଣ୍ଣାଟକର ୪ଟି, ତେଲେଙ୍ଗାନାର ୩ଟି, ଝାଡଖଣ୍ଡର ୨ ଏବଂ ଛତିଶଗଡ଼ରେ ଗୋଟିଏ ଆସନ ପାଇଁ ନିର୍ବାଚନ ହେଉଛି। ଏହାସହ କେରଳର ଗୋଟିଏ ଆସନରେ ଉପନିର୍ବାଚନ ହେଉଛି।

Advertisment

ସୂଚନାଯୋଗ୍ୟ, ଆସନ୍ତା ଏପ୍ରିଲରେ ୬୨ଟି ରାଜ୍ୟସଭା ପଦ ଖାଲି ହେଉଛି। ଏଥିମଧ୍ୟରୁ ୩ଟି ମନୋନୀତ ସଦସ୍ୟ ହୋଇଥିବାବେଳେ ୫୯ଟି ଆସନ ପାଇଁ ନିର୍ବାଚନ ହେବାର ଥିଲା। ଏଥି ମଧ୍ୟରୁ ୩୩ଟି ଆସନରେ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

ଓଡ଼ିଶାରୁ ୩ ବିଜେଡି ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ ଓ ପ୍ରଶାନ୍ତ ନନ୍ଦ ରାଜ୍ୟସଭାକୁ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇସାରିଛନ୍ତି। ୧୬ଟି ରାଜ୍ୟର ୫୯ଟି ଆସନରୁ ୨୮ଟି ଆସନ ବିଜେପି ଖାତାକୁ ଯିବା ନିଶ୍ଚିତ। ତେବେ ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟସଭା ନିର୍ବାଚନ ଫଳାଫଳ ଘୋଷଣା ହେବ।

Advertisment
BJP Parliament Rajya Sabha Elections Uttarpradesh
Advertisment
Advertisment