Advertisment

୨ ବର୍ଷ ପରେ ଖୋଲିଲା ଶ୍ରୀମନ୍ଦିର ଜଗମୋହନ

ପୁରୀ : ଖୋଲିଲା ଶ୍ରୀମନ୍ଦିର ଜଗମୋହନ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଦୀର୍ଘ ଦୁଇ ବର୍ଷ ଦୁଇ ମାସ ପରେ ଆଜିଠୁ ଭିତର କାଠ ପାଖରୁ ଦିଅଁ ଦର୍ଶନ ସୁଯୋଗ ପାଇଛନ୍ତି ଭକ୍ତ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସକାଳ ଧୂପ ପରେ ଆଜି ଭକ୍ତଙ୍କୁ ଜଗମୋହନକୁ ଛଡ଼ାଯାଇଥିଲା। ହେଲେ ଆରମ୍ଭରୁ ନୀତିରେ ବିଳମ୍ବ ପାଇଁ ସକାଳ ଧୂପ ସରୁ ସରୁ ୫ ଘଣ୍ଟା ବିଳମ୍ବ ହୋଇ ପ୍ରାୟ ସାଢ଼େ ୪ଟା ବାଜିଗଲା। ତା ପରେ ଆଜି ଅମାବାସ୍ୟା ଥିବାରୁ […]

author-image
Otv Khabar Bureau
୨ ବର୍ଷ ପରେ ଖୋଲିଲା ଶ୍ରୀମନ୍ଦିର ଜଗମୋହନ

puri

ପୁରୀ : ଖୋଲିଲା ଶ୍ରୀମନ୍ଦିର ଜଗମୋହନ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଦୀର୍ଘ ଦୁଇ ବର୍ଷ ଦୁଇ ମାସ ପରେ ଆଜିଠୁ ଭିତର କାଠ ପାଖରୁ ଦିଅଁ ଦର୍ଶନ ସୁଯୋଗ ପାଇଛନ୍ତି ଭକ୍ତ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସକାଳ ଧୂପ ପରେ ଆଜି ଭକ୍ତଙ୍କୁ ଜଗମୋହନକୁ ଛଡ଼ାଯାଇଥିଲା। ହେଲେ ଆରମ୍ଭରୁ ନୀତିରେ ବିଳମ୍ବ ପାଇଁ ସକାଳ ଧୂପ ସରୁ ସରୁ ୫ ଘଣ୍ଟା ବିଳମ୍ବ ହୋଇ ପ୍ରାୟ ସାଢ଼େ ୪ଟା ବାଜିଗଲା। ତା ପରେ ଆଜି ଅମାବାସ୍ୟା ଥିବାରୁ ଅମାବାସ୍ୟା ନାରାୟଣଙ୍କ ସାଗରବିଜେ ନୀତି ପରେ ହିଁ ଭକ୍ତଙ୍କୁ ଭିତରକାଠରୁ ଦର୍ଶନ ସୁଯୋଗ ମିଳିଥିଲା। ଫଳରେ ସେତେବେଳକୁ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ରହି ବି ପାଖରୁ ଶ୍ରୀଜିଉଙ୍କୁ ଦେଖି ନପାରି ନିରାଶ ଫେରିଥିଲେ ବହୁ ଭକ୍ତ।

Advertisment

ତେବେ ନୀତି ବିଳମ୍ବରେ କାରଣ କଣ? କାହିଁକି ସକାଳ ଧୂପ ସରିବାକୁ ୪ଟା ଡେଇଁଗଲା? ସେବାୟତଙ୍କ ଗର୍ଭଗୃହ ପ୍ରବେଶ ଉପରେ ଲାଗିଥିବା କଟକଣାକୁ ଏଥିପାଇଁ ଦାୟୀ କରିଛନ୍ତି ସେବାୟତ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କେବଳ ପାଳିଆ ସେବାୟତଙ୍କ ବ୍ୟତୀତ ଅନ୍ୟ ସେବାୟତଙ୍କୁ ଗର୍ଭଗୃହ ପ୍ରବେଶ ବାରଣ ରହିଛି। ତେବେ ଆଜି ଜଣେ ପାଳିଆ ସେବାୟତ ଅଶୌଚ ଥିବାରୁ ତାଙ୍କ ସ୍ଥାନରେ କିଏ ନୀତି ସଂପାଦନ କରିବେ ସେନେଇ ବିବାଦ ଉପୁଜିଥିଲା।

ଜିଲ୍ଲାପାଳ ଓ ଏସ୍‌ପିଙ୍କ ହସ୍ତକ୍ଷେପ ପରେ ନୀତି ତ୍ୱରାନ୍ୱିତ ହୋଇଥିଲା। ତେବେ ଆଜିର ଏ ନୀତି ବିଭ୍ରାଟ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଦାୟୀ କରିଛନ୍ତି ସେବାୟତ। ଏପରିକି ପାଳିଆ ସେବାୟତଙ୍କ ଗର୍ଭଗୃହ ପ୍ରବେଶ କଟକଣାର ପୁନର୍ବିଚାର ନହେଲେ ଏଇ ବିଳମ୍ବର ଧାରା ଆଗକୁ ଥିବା ସ୍ନାନ ଯାତ୍ରା ଓ ରଥଯାତ୍ରା ଉପରେ ପଡ଼ିବ ବୋଲି ସେବାୟତ ଆଶଙ୍କା କରିଛନ୍ତି।

Advertisment

୨୦୧୬ ମସିହା ଜାନୁଆରୀ ମାସରୁ ଏଏସ୍ଆଇ ପକ୍ଷରୁ ଜଗମୋହନ ମରାମତି କାମ ଆରମ୍ଭ ହେବା ପର ଠାରୁ ବନ୍ଦ ଥିଲା। ଜଗମୋହନ ଦର୍ଶନ ବାହାର କାଠ ପାଖରୁ ହିଁ ଦର୍ଶନ କରୁଥିଲେ ଭକ୍ତ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜିଠୁ ଭିତର କାଠ ଦର୍ଶନ ଆରମ୍ଭ ହୋଇଥିଲେ ବି ସାହାଣ ମେଲା ଦର୍ଶନ ଏବଂ ସେବାୟତଙ୍କ ଗର୍ଭଗୃହ ପ୍ରବେଶ ଉପରେ କଟକଣା ପାଇଁ ସେବାୟତଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି।

Puri Srimandir Orissa High Court Jagamohan Reopens
Advertisment
Advertisment