Advertisment

ରାତି ଅନିଦ୍ରା ମହାପ୍ରଭୁ!

ପୁରୀ: ଅନିଦ୍ରାରେ ମହାପ୍ରଭୁ।  ଶ୍ରୀମନ୍ଦିର ନୀତିକାନ୍ତିରେ ଗୁରୁତର ବିଭ୍ରାଟ ଯୋଗୁ କାଲି ରାତିରେ ପହୁଡ ପଡିନଥିବା ସୂଚନା ମିଳିଛି।  ପହୁଡ଼ ନ ପଡ଼ିବାରୁ ରାତି ସାରା ଅନିଦ୍ରା ରହିଲେ ମହାପ୍ରଭୁ। ଗତକାଲି ଭୋଗମଣ୍ଡପ ବିଳମ୍ବ ଯୋଗୁଁ ବାହାରି ପାରି ନଥିଲା ମହାପ୍ରସାଦ।  ଫଳରେ ଶ୍ରୀମନ୍ଦିର ରୋଷ ଘର ଭିତରେ ଏଯାଏ ରହିଛି କାଲିର ଅହ୍ମୁଣିଆ ମହାପ୍ରସାଦ।  ଭୋଗ ନ ଲାଗିବାରୁ ପ୍ରାୟ ୫୦ ଲକ୍ଷ ଟଙ୍କାର ମହାପ୍ରସାଦ ନଷ୍ଟ ହୋଇଥିବା କୁହାଯାଉଛି। ବିଧି ମୁତାବକ ଏସବୁ କୋଇଲି […]

author-image
Otv Khabar Bureau
ରାତି ଅନିଦ୍ରା ମହାପ୍ରଭୁ!

jagannath temple

ପୁରୀ: ଅନିଦ୍ରାରେ ମହାପ୍ରଭୁ।  ଶ୍ରୀମନ୍ଦିର ନୀତିକାନ୍ତିରେ ଗୁରୁତର ବିଭ୍ରାଟ ଯୋଗୁ କାଲି ରାତିରେ ପହୁଡ ପଡିନଥିବା ସୂଚନା ମିଳିଛି।  ପହୁଡ଼ ନ ପଡ଼ିବାରୁ ରାତି ସାରା ଅନିଦ୍ରା ରହିଲେ ମହାପ୍ରଭୁ।

Advertisment

ଗତକାଲି ଭୋଗମଣ୍ଡପ ବିଳମ୍ବ ଯୋଗୁଁ ବାହାରି ପାରି ନଥିଲା ମହାପ୍ରସାଦ।  ଫଳରେ ଶ୍ରୀମନ୍ଦିର ରୋଷ ଘର ଭିତରେ ଏଯାଏ ରହିଛି କାଲିର ଅହ୍ମୁଣିଆ ମହାପ୍ରସାଦ।  ଭୋଗ ନ ଲାଗିବାରୁ ପ୍ରାୟ ୫୦ ଲକ୍ଷ ଟଙ୍କାର ମହାପ୍ରସାଦ ନଷ୍ଟ ହୋଇଥିବା କୁହାଯାଉଛି।

ବିଧି ମୁତାବକ ଏସବୁ କୋଇଲି ବୈକୁଣ୍ଠରେ ପୋତାଯିବ।  ଏପଟେ କ୍ଷତିପୂରଣ ଦାବିରେ ଶ୍ରୀମନ୍ଦିର ସିଂହଦ୍ୱାର ସାମ୍ନାରେ ସୁଆର, ମହାସୁଆର ନିଯୋଗ ଧାରଣାରେ ବସି ରହିଛନ୍ତି।  ଶ୍ରୀମନ୍ଦିର ନୀତି ବିଭ୍ରାଟ ଯୋଗୁଁ ଭକ୍ତଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Advertisment

ତେବେ ଗତକାଲି ସକାଳ ୫ଟା ୪୦ରେ ଦ୍ୱାର ଫିଟା ଯିବା ପରେ ଗୋଟିଏ ପରେ ଗୋଟିଏ ଘଟଣାକୁ ନେଇ ବିବାଦ ଦେଖାଦେଇଥିଲା।  ହାଇକୋର୍ଟଙ୍କ ନିର୍ଦ୍ଦେଶ ମତେ ଦୀର୍ଘ ଦୁଇ ବର୍ଷ ଦୁଇ ମାସ ପରେ ଗତକାଲି ଜଗମୋହନ ଖୋଲିଥିଲା  ତେବେ ଏହା ପୂର୍ବରୁ ଗର୍ଭଗୃହ ପ୍ରବେଶ ଉପରେ ସେବାୟତଙ୍କ କଟକଣାକଣାକୁ ନେଇ ସୃଷ୍ଟି ହୋଇଥିଲା ଅସନ୍ତୋଷ।

ଜଣେ ପାଳିଆ ସେବାୟତ ଅଶୌଚ ଥିବାରୁ ତାଙ୍କ ସ୍ଥାନରେ କିଏ ନୀତି ସଂପାଦନ କରିବେ ସେନେଇ ବିବାଦ ଉପୁଜିଥିଲା ଫଳରେ ଶ୍ରୀଜିଉଙ୍କ ବିଭିନ୍ନ ନୀତିରେ ବିଳମ୍ବ ହୋଇଥିଲା ପରେ ଜିଲ୍ଲାପାଳ ଓ ଏସ୍‌ପିଙ୍କ ହସ୍ତକ୍ଷେପ ପରେ ଦିନ ୧୧ଟା ଭିତରେ ସଂପନ୍ନ ହେବାକୁ ଥିବା ସକାଳ ଭୋଗ ଅପରାହ୍ନ ପ୍ରାୟ ସାଢ଼େ ୪ଟାରେ ସରିଥିଲା।

ଏହା ପରେ ଭକ୍ତଙ୍କୁ ଭିତରକାଠରୁ ଦର୍ଶନର ସୁଯୋଗ ମିଳିଥିଲା ହେଲେ ଏହା ପରେ ମଧ୍ୟ ନୀତିକାନ୍ତିରେ ବିଭ୍ରାଟ ହୋଇଛି।

Puri Jagannath Temple Puri Jagannath Temple Puri Mahaprasad
Advertisment
Advertisment