Advertisment

ବିଜୁ ଏକ୍ସପ୍ରେସ୍ ୱେ: ଟୋଲ୍ ଆଦାୟ ବନ୍ଦ ଦାବିରେ ଆନ୍ଦୋଳନ ଜୋର ଧରିଲା

ଭୁବନେଶ୍ୱର: ସମ୍ବଲପୁରରେ ବିଜୁ ଏକ୍ସପ୍ରେସ୍ ୱେରେ ଥିବା ଟୋଲ୍ ଗେଟରୁ ଟୋଲ୍ ଆଦାୟ ବନ୍ଦ ଦାବିରେ ଜୋର ଧରିଲା ଆନ୍ଦୋଳନ।  ଆଜି ସମ୍ବଲପୁର ପ୍ରଧାନପାଲି ନିକଟରେ ଥିବା ଟୋଲ୍ ଗେଟ୍ ନିକଟରେ ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା। ସମ୍ବଲପୁର ନମ୍ବର ଥିବା ଗାଡିଗୁଡ଼ିକଠାରୁ ଟୋଲ୍ ଆଦାୟ ନ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।  ଏଥିଯୋଗୁଁ ଉଭୟ ପଟରେ ଶହ ଶହ ସଂଖ୍ୟାରେ ଯାନବାହାନ ଅଟକି ରହିଥିଲା। ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ପୋଲିସ ମୁତୟନ କରାଯିବା […]

author-image
Otv Khabar Bureau
ବିଜୁ ଏକ୍ସପ୍ରେସ୍ ୱେ: ଟୋଲ୍ ଆଦାୟ ବନ୍ଦ ଦାବିରେ ଆନ୍ଦୋଳନ ଜୋର ଧରିଲା

toll collection

ଭୁବନେଶ୍ୱର: ସମ୍ବଲପୁରରେ ବିଜୁ ଏକ୍ସପ୍ରେସ୍ ୱେରେ ଥିବା ଟୋଲ୍ ଗେଟରୁ ଟୋଲ୍ ଆଦାୟ ବନ୍ଦ ଦାବିରେ ଜୋର ଧରିଲା ଆନ୍ଦୋଳନ।  ଆଜି ସମ୍ବଲପୁର ପ୍ରଧାନପାଲି ନିକଟରେ ଥିବା ଟୋଲ୍ ଗେଟ୍ ନିକଟରେ ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା।

Advertisment

ସମ୍ବଲପୁର ନମ୍ବର ଥିବା ଗାଡିଗୁଡ଼ିକଠାରୁ ଟୋଲ୍ ଆଦାୟ ନ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ।  ଏଥିଯୋଗୁଁ ଉଭୟ ପଟରେ ଶହ ଶହ ସଂଖ୍ୟାରେ ଯାନବାହାନ ଅଟକି ରହିଥିଲା।

ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ପୋଲିସ ମୁତୟନ କରାଯିବା ସହ ଲୋକଙ୍କୁ ବୁଝାସୁଝା କରାଯାଇଥିଲା। ହେଲେ ଲୋକେ ନ ମାନିବାରୁ ୫୦ ଜଣଙ୍କୁ ଗିରଫ କରାଯାଇଛି।

Advertisment

ବିଜୁ ଏକ୍ସପ୍ରେସ ୱେ ପିପିପି ମୋଡ୍‌ରେ ତିଆରି ହୋଇଛି। ତେଣୁ ବିନିଯୋଗ ଅର୍ଥ ଉଠିବା ପର୍ଯ୍ୟନ୍ତ  ଟୋଲ୍ ଆଦାୟ କରିବାକୁ ପଡିବ ବୋଲି ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି।

ରାଜ୍ୟ ସରକାର ୩୪ ପ୍ରତିଶତ ଅର୍ଥ ଖର୍ଚ୍ଚ କରିଥିବା ବେଳେ ଅବଶିଷ୍ଟ ୬୬ ପ୍ରତିଶତ ଅର୍ଥ ଏଲ୍‌ଆଣ୍ଡ ଟି ବିନିଯୋଗ କରିଛି। ଏକ୍ସପ୍ରେସରେ ପ୍ରତିଷ୍ଠା କରାଯାଇଥିବା ୩ଟି ଟୋଲ୍ ଗେଟ୍ ଜରିଆରେ ଦିନକୁ ୫୦ ଲକ୍ଷ କରି ୧୯ ବର୍ଷ ଯାଏଁ ଟୋଲ୍‌ ଆଦାୟ ଲାଗି ଲକ୍ଷ୍ୟ ରହିଛି।

Toll Tax Collection Protests Over Toll Collection Toll Collection On Biju Express Way
Advertisment
Advertisment