Advertisment

ସରକାରଙ୍କ ସହ ଆଲୋଚନାରୁ ବାହାରିଲାନି ନିଷ୍କର୍ସ : ଆସନ୍ତାକାଲି ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ୍ ଧର୍ମଘଟ

ଭୁବନେଶ୍ୱର: ସରକାରଙ୍କ ସହ ଆଲୋଚନା ସତ୍ତ୍ୱେ ଆସନ୍ତାକାଲି ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟକୁ ଓହ୍ଲାଇବ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ଫଳରେ ସାରା ରାଜ୍ୟରେ ପ୍ରାୟ ୧୭ ହଜାର ଘରୋଇ ବସ୍ ଚଳାଚଳ ସକାଳ ୬ଟାରୁ ଠପ୍ ହୋଇଯିବ। ଯେଉଁ ସବୁ ଦାବି ନେଇ ବସ୍ ମାଲିକ ସଂଘ ବନ୍ଦ ଡାକରା ଦେଇଛି ସେଥିମଧ୍ୟରେ ରହିଛି ସିଟି ବସ୍ ଚଳାଚଳ ରୁଟ୍ ପରିବର୍ତ୍ତନ, ପ୍ରଚଳିତ ମୋଟର ଭେଇକିଲ ଟିକସ ବୃଦ୍ଧି ପ୍ରତ୍ୟାହାର, ଘରୋଇ ବସ୍‌ […]

author-image
Otv Khabar Bureau
ସରକାରଙ୍କ ସହ ଆଲୋଚନାରୁ ବାହାରିଲାନି ନିଷ୍କର୍ସ : ଆସନ୍ତାକାଲି ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ୍ ଧର୍ମଘଟ

bus strike

ଭୁବନେଶ୍ୱର: ସରକାରଙ୍କ ସହ ଆଲୋଚନା ସତ୍ତ୍ୱେ ଆସନ୍ତାକାଲି ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟକୁ ଓହ୍ଲାଇବ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ଫଳରେ ସାରା ରାଜ୍ୟରେ ପ୍ରାୟ ୧୭ ହଜାର ଘରୋଇ ବସ୍ ଚଳାଚଳ ସକାଳ ୬ଟାରୁ ଠପ୍ ହୋଇଯିବ। ଯେଉଁ ସବୁ ଦାବି ନେଇ ବସ୍ ମାଲିକ ସଂଘ ବନ୍ଦ ଡାକରା ଦେଇଛି ସେଥିମଧ୍ୟରେ ରହିଛି ସିଟି ବସ୍ ଚଳାଚଳ ରୁଟ୍ ପରିବର୍ତ୍ତନ, ପ୍ରଚଳିତ ମୋଟର ଭେଇକିଲ ଟିକସ ବୃଦ୍ଧି ପ୍ରତ୍ୟାହାର, ଘରୋଇ ବସ୍‌ ଠାରୁ ଟୋଲ ଆଦାୟ ସମ୍ପୂର୍ଣ୍ଣ ଛାଡ।

Advertisment

ଏନେଇ ଆଜି ରାଜ୍ୟ ପରିବହନ ମନ୍ତ୍ରୀଙ୍କ ସହ ସଂଘର ଆଲୋଚନା ହୋଇଥିଲା। ପରିବହନ ବିଭାଗ କିଛି ଦାବି ମାନି ନେଇଥିବାବେଳେ ସିଟି ବସ୍ ଚଳାଚଳ ଦାବି ନେଇ କିଛି ନିଷ୍କର୍ସ ବାହାରିନଥିଲା। ପରେ ବସ୍ ମାଲିକ ସଂଘର କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଆସନ୍ତାକାଲି ହେବାକୁ ଥିବା ଧର୍ମଘଟ କାଏମ ରଖିବାକୁ ନିଷ୍ପତ୍ତି ନିଆଯାଇଥିଲା।

In Odisha From Tomorrow Private Bus Strike
Advertisment
Advertisment