/odishatv-khabar/media/post_attachments/uploadimage/library/16_9/16_9_0/ram-nath-kovind_1626432634.jpg)
ram nath kovind
ଓଡ଼ିଶା: ଆସନ୍ତାକାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏଥିପାଇଁ ରାଜଧାନୀ ଭୁବନେଶ୍ୱରରେ ଅଭୁତପୂର୍ବ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
Advertisment
ଭୁବନେଶ୍ୱରରେ ୩୦ ଫ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ଗତକାଲି କମିଶନରେଟ୍ ପୋଲିସ ପକ୍ଷରୁ ଅନୁଷ୍ଠିତ ହୋଇଥିଲା କାରକେଡ ରିହରସଲ।
ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିବା ପରେ କଟକ ଓ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ତେଣୁ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କଟକ କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ପ୍ରସ୍ତୁତି ବୈଠକ ବସି ସୁରକ୍ଷା ବ୍ୟବସ୍ଥା କିଭଳି ରହିବ ସେନେଇ ଆଲୋଚନା ହୋଇଛି।
Advertisment
କଟକ ଡିସିପି ସମସ୍ତ ଆଇ.ଆଇ.ସି ଏବଂ ଏ.ସି.ପିଙ୍କ ସହ ଆଲୋଚନା କରିଛନ୍ତି। କାରକେଡ୍, ସଭାସ୍ଥଳ, ଆନନ୍ଦ ଭବନ ଏବଂ ନେତାଜୀ ମ୍ୟୁଜିୟମରେ ସୁରକ୍ଷା ବ୍ୟବସ୍ଥାର ରୂପରେଖ ନେଇ ବିସ୍ତୃତ ଆଲୋଚନା କରାଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)