Advertisment

ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ପୁରୀ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସକାଳେ ଶ୍ରୀଜିଉଙ୍କୁ  ଦର୍ଶନ ସାରି ଫେରିଛନ୍ତି। ପତ୍ନୀଙ୍କ ସହ ରାଷ୍ଟ୍ରପତି କୋବିନ୍ଦ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। କଡ଼ା ସୁରକ୍ଷାରେ ସର୍କିଟ ହାଉସରୁ ଅାସି ଶ୍ରୀମନ୍ଦିରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ। କୌଳିକ ପଣ୍ଡା ମଧ୍ୟ ତାଙ୍କୁ ଖଣ୍ଡୁଆ ପ୍ରଦାନ କରି ସ୍ୱାଗତ କରିଥିଲେ। ପୁରୀ ଜଗନ୍ନାଥ ଧାମ ସବୁବେଳେ ଦେଶର ପ୍ରଥମ […]

author-image
Otv Khabar Bureau
ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

president visit

ପୁରୀ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ସକାଳେ ଶ୍ରୀଜିଉଙ୍କୁ  ଦର୍ଶନ ସାରି ଫେରିଛନ୍ତି। ପତ୍ନୀଙ୍କ ସହ ରାଷ୍ଟ୍ରପତି କୋବିନ୍ଦ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।

Advertisment

କଡ଼ା ସୁରକ୍ଷାରେ ସର୍କିଟ ହାଉସରୁ ଅାସି ଶ୍ରୀମନ୍ଦିରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ଗଜପତି ମହାରାଜ ଦିବ୍ୟସିଂହ ଦେବ। କୌଳିକ ପଣ୍ଡା ମଧ୍ୟ ତାଙ୍କୁ ଖଣ୍ଡୁଆ ପ୍ରଦାନ କରି ସ୍ୱାଗତ କରିଥିଲେ।

ପୁରୀ ଜଗନ୍ନାଥ ଧାମ ସବୁବେଳେ ଦେଶର ପ୍ରଥମ ନାଗରିକଙ୍କୁ ଆକର୍ଷିତ କରିଛି। କେବଳ ରାମନାଥ କୋବିନ୍ଦ ନୁହନ୍ତି, ତାଙ୍କ ପୂର୍ବରୁ ଅନେକ ରାଷ୍ଟ୍ରପତି ଶ୍ରୀମନ୍ଦିର ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି।

Advertisment

୧୯୮୯ରେ ତତ୍କାଳୀନ ରାଷ୍ଟ୍ରପତି ରାମସ୍ୱାମୀ ଭେଙ୍କଟରମଣ ପୁରୀ ଆସି ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ବର୍ଷକ ଭିତରେ ସେ ଦୁଇଥର ଶ୍ରୀକ୍ଷେତ୍ର ଆସି ଜଗନ୍ନାଥଙ୍କ ଆଶିଷ ନେଇଥିଲେ। ପ୍ରଥମେ ଜାନୁଆରୀ ୩ ଓ ପରେ ଡିସେମ୍ବର ୧୦ ତାରିଖରେ ସେ ଶ୍ରୀକ୍ଷେତ୍ର ଆସିଥିଲେ।

୨୦୦୯ ଡିସେମ୍ବର ୯ ତାରିଖରେ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ସିଂ ପାଟିଲ୍ ଶ୍ରୀମନ୍ଦିର ଆସି ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ। ରାଷ୍ଟ୍ରପତି ଭାବେ ସବୁଠୁ ଅଧିକ ୪ ଥର ଶ୍ରୀମନ୍ଦିର ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ପ୍ରଣବ ମୁଖାର୍ଜୀ। ୨୦୧୩ ଏପ୍ରିଲ୍ ୨୫, ସେପଟେମ୍ବର ୭, ୨୦୧୪ ନଭେମ୍ବର ୩୦ ଓ ୨୦୧୫ ଅଗଷ୍ଟ ୭ ତାରିଖରେ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ପ୍ରଣବ।

Puri Srimandir Ram Nath Kovind President Ram Nath Kovind Ram Nath Kovind Odisha Visit Ram Nath Kovind Visit Puri Srimandir President Puri Visit
Advertisment
Advertisment