Advertisment

ଯଦି କେବେ ପ୍ରଥମେ ତୀର୍ଥ ଯିବାର ସୁଯୋଗ ମିଳେ, ତାହାଲେ ପ୍ରଥମେ ପୁରୀ ଆସିବି: ରାଷ୍ଟ୍ରପତି

ପୁରୀ: ଯଦି କେବେ ପ୍ରଥମେ ତୀର୍ଥ ଯିବାର ସୁଯୋଗ ମିଳେ, ତାହାଲେ ପ୍ରଥମେ ପୁରୀ ଆସିବି ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପୁରୀସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ଶତବାର୍ଷିକୀ ଉତ୍ସବରେ ଯୋଗ ଦେଇ ସେ ଏହା କହିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ଅଭିଭାଷଣରେ ଚାରିଧାମ ସଂପର୍କରେ ମତ ରଖିଥିଲେ। ରାଷ୍ଟ୍ରପତି କହିଛନ୍ତି, ପୂର୍ବ ଭାରତରେ ପୁରୀ ଧାମର ସ୍ୱତନ୍ତ୍ରତା ରହିଛି। ସଂସ୍କୃତ ଭାଷା ଦେଶର ଏକତା ଓ ଅଖଣ୍ଡତା ପାଇଁ କାର୍ଯ୍ୟ କରୁଛି। ପୁରୀକୁ […]

author-image
Otv Khabar Bureau
ଯଦି କେବେ ପ୍ରଥମେ ତୀର୍ଥ ଯିବାର ସୁଯୋଗ ମିଳେ, ତାହାଲେ ପ୍ରଥମେ ପୁରୀ ଆସିବି: ରାଷ୍ଟ୍ରପତି

president

ପୁରୀ: ଯଦି କେବେ ପ୍ରଥମେ ତୀର୍ଥ ଯିବାର ସୁଯୋଗ ମିଳେ, ତାହାଲେ ପ୍ରଥମେ ପୁରୀ ଆସିବି ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ପୁରୀସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ଶତବାର୍ଷିକୀ ଉତ୍ସବରେ ଯୋଗ ଦେଇ ସେ ଏହା କହିଛନ୍ତି।

Advertisment

ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ଅଭିଭାଷଣରେ ଚାରିଧାମ ସଂପର୍କରେ ମତ ରଖିଥିଲେ। ରାଷ୍ଟ୍ରପତି କହିଛନ୍ତି, ପୂର୍ବ ଭାରତରେ ପୁରୀ ଧାମର ସ୍ୱତନ୍ତ୍ରତା ରହିଛି। ସଂସ୍କୃତ ଭାଷା ଦେଶର ଏକତା ଓ ଅଖଣ୍ଡତା ପାଇଁ କାର୍ଯ୍ୟ କରୁଛି। ପୁରୀକୁ ବିଦ୍ୟାନଗରୀ ଓ ପୂର୍ବ ଭାରତର କାଶୀ କୁହାଯାଏ। ଗୁରୁ ନାନକ ଓ ଶ୍ରୀଚୈତନ୍ୟଙ୍କ ପରି ମୁନିଋଷି ଏଠାକୁ ଆସିଛନ୍ତି। ରଥଯାତ୍ରା ସମ୍ପର୍କରେ ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ରହିଛି। ତେଣୁ ପୁରୀଧାମରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରି ସେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି ରାଷ୍ଟ୍ରପତି।

ପୁରୀ ତାଳବଣିଆର ଶ୍ରୀ ସଦାଶିବ କ୍ୟାମ୍ପସରେ ଆୟୋଜିତ ଏହି ଉତ୍ସବର ରାଷ୍ଟ୍ରପତିଙ୍କ ପତ୍ନୀ ସବିତା କୋବିନ୍ଦ ମଧ୍ୟ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗଜପତି ମହାରାଜା ଦିବ୍ୟସିଂହ ଦେବ, ରାଜ୍ୟପାଳ ଏସ୍.ସି ଜମିର,  କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ ମଧ୍ୟ ଉତ୍ସବରେ ଯୋଗ ଦେଇଥିଲେ।

Advertisment

ଏ ଅବସରରେ ରାଷ୍ଟ୍ରପତି କୋବିନ୍ଦ ନବକଳେବରର ସ୍ମାରକୀ ୧୦୦୦ ଟଙ୍କିଆ ଓ ୧୦ ଟଙ୍କିଆ ମୁଦ୍ରା ଉନ୍ମୋଚନ କରିଥିଲେ। ଗଜପତି ଦିବ୍ୟସିଂହ ଦେବ ମଧ୍ୟ ସଂସ୍କୃତ ଭାଷାର ମହନୀୟତା ସଂପର୍କରେ କହିଥିଲେ।

Odisha Ram Nath Kovind President Ram Nath Kovind Ram Nath Kovind Odisha Visit
Advertisment
Advertisment