Advertisment

ବିଜୁ ପଟ୍ଟନାୟକଙ୍କ ଜନ୍ମସ୍ଥାନ ଆନନ୍ଦ ଭବନକୁ ଜନାର୍ପିତ କଲେ ରାଷ୍ଟ୍ରପତି

କଟକ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ନେତାଜୀ ଭବନ ଯାଇ ବୁଲି ଦେଖିଛନ୍ତି। ସେଠାରୁ ସେ  ବିଜୁ ବାବୁଙ୍କ ଜନ୍ମସ୍ଥାନ ଆନନ୍ଦ ଭବନ ମ୍ୟୁଜିୟମ ଯାଇ ଲୋକାର୍ପଣ କରିଛନ୍ତି। ଲୋକାର୍ପଣ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଆରେ ୨ ପଦ କହି ବକ୍ତବ୍ୟ ଆରମ୍ଭ କରିଥିଲେ। ଓଡ଼ିଶାର ପବିତ୍ର ମାଟି ଓ ଲୋକଙ୍କୁ ପ୍ରମାଣ ଜଣାଇବା ସହ ବିଜୁ ଜନ୍ମସ୍ଥାନକୁ ଉତ୍ସର୍ଗ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ। ଆନନ୍ଦ […]

author-image
Otv Khabar Bureau
ବିଜୁ ପଟ୍ଟନାୟକଙ୍କ ଜନ୍ମସ୍ଥାନ ଆନନ୍ଦ ଭବନକୁ ଜନାର୍ପିତ କଲେ ରାଷ୍ଟ୍ରପତି

Anand Bhawan

କଟକ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ନେତାଜୀ ଭବନ ଯାଇ ବୁଲି ଦେଖିଛନ୍ତି। ସେଠାରୁ ସେ  ବିଜୁ ବାବୁଙ୍କ ଜନ୍ମସ୍ଥାନ ଆନନ୍ଦ ଭବନ ମ୍ୟୁଜିୟମ ଯାଇ ଲୋକାର୍ପଣ କରିଛନ୍ତି।

Advertisment

ଲୋକାର୍ପଣ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଆରେ ୨ ପଦ କହି ବକ୍ତବ୍ୟ ଆରମ୍ଭ କରିଥିଲେ। ଓଡ଼ିଶାର ପବିତ୍ର ମାଟି ଓ ଲୋକଙ୍କୁ ପ୍ରମାଣ ଜଣାଇବା ସହ ବିଜୁ ଜନ୍ମସ୍ଥାନକୁ ଉତ୍ସର୍ଗ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ।

ଆନନ୍ଦ ଭବନ ମ୍ୟୁଜିୟମରେ ବିଜୁ ବାବୁଙ୍କ ଜୀବନୀ ସମ୍ପର୍କିତ ବହୁ ଫଟୋଚିତ୍ର, ବ୍ୟବହୃତ ସାମଗ୍ରୀ ଆଦି ସ୍ଥାନ ପାଇଛି। ଏହାର ଲୋକାର୍ପଣ ଉତ୍ସବରେ ଯୋଗ ଦେବାକୁ ରାଷ୍ଟ୍ରପତିଙ୍କୁ ମୁଖ୍ୟମନ୍ତ୍ରୀ ଯାଇ ନିମନ୍ତ୍ରଣ କରିଥିଲେ। ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଏହି ଉତ୍ସବର ଆୟୋଜନ କରାଯାଇଛି।

Advertisment

ଏଠାରୁ କାର୍ଯ୍ୟକ୍ରମ ସାରି ରାଷ୍ଟ୍ରପତି ନ୍ୟାସନାଲ ଲ ୟୁନିଭରସିଟିରେ ମଧ୍ୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ। ପରେ ଭୁବନେଶ୍ୱରରେ ICT ମୁମ୍ବାଇର ଇଣ୍ଡିଆନ ଅଏଲ୍ ଓଡ଼ିଶା କ୍ୟାମ୍ପସର ଭିଡିଓ କନଫରେନ୍ସିଂ ଯୋଗେ ଉଦଘାଟନ କରିବେ।  ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କଟକ ଓ ଭୁବନେଶ୍ୱରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Odisha Ram Nath Kovind
Advertisment
Advertisment