Advertisment

ସୁରେଶ ପ୍ରଭୁଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର : ପାରାଦ୍ୱୀପରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ପାରାଦ୍ୱୀପରେ ବିମାନ ବନ୍ଦର ସ୍ଥାପନା ପାଇଁ ବୈଷୟିକ ତଥା ଆର୍ଥିକ କାର୍ଯ୍ୟକାରିତା ପରୀକ୍ଷା କରିବାକୁ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବା ପାଇଁ ସୁରେଶ ପ୍ରଭୁଙ୍କୁ ଚିଠିରେ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର। ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ୨୦୨୦ ସୁଦ୍ଧା ପାରାଦ୍ୱୀପ ବନ୍ଦରରୁ ୩୨୩ ମିଲିୟନ୍ ଟନ୍ ମାଲ୍ ପରିବହନ କରାଯାଇପାରିବ। […]

author-image
Otv Khabar Bureau
ସୁରେଶ ପ୍ରଭୁଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

dharmendra

ଭୁବନେଶ୍ୱର : ପାରାଦ୍ୱୀପରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ପାରାଦ୍ୱୀପରେ ବିମାନ ବନ୍ଦର ସ୍ଥାପନା ପାଇଁ ବୈଷୟିକ ତଥା ଆର୍ଥିକ କାର୍ଯ୍ୟକାରିତା ପରୀକ୍ଷା କରିବାକୁ ବ୍ୟକ୍ତିଗତ ଭାବେ ଧ୍ୟାନ ଦେବା ପାଇଁ ସୁରେଶ ପ୍ରଭୁଙ୍କୁ ଚିଠିରେ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର।

Advertisment

ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ୨୦୨୦ ସୁଦ୍ଧା ପାରାଦ୍ୱୀପ ବନ୍ଦରରୁ ୩୨୩ ମିଲିୟନ୍ ଟନ୍ ମାଲ୍ ପରିବହନ କରାଯାଇପାରିବ। ଏହାକୁ କେନ୍ଦ୍ର ସରକାର ସ୍ମାର୍ଟ ପୋର୍ଟ ଇଣ୍ଡଷ୍ଟ୍ରିଆଲ୍ ସିଟି ଭାବେ ଘୋଷଣା କରିଛନ୍ତି। ମାତ୍ର ପାରାଦ୍ୱୀପରେ ବିମାନ ବନ୍ଦର ପ୍ରତିଷ୍ଠା ନହେବା ପର୍ଯ୍ୟନ୍ତ ସରକାରଙ୍କ ଏହି ଲକ୍ଷ୍ୟ ପୂରଣ ହୋଇପାରିବ ନାହିଁ।

ପାରାଦ୍ୱୀପ ଠାରୁ ଭୁବନେଶ୍ୱର ବିମାନ ବନ୍ଦର ୧୩୫ କିଲୋମିଟର ଦୂର ହୋଇଥିବାରୁ ସଡ଼କପଥରେ ଯାତାୟତ ପାଇଁ ୩ ଘଣ୍ଟା ସମୟ ଲାଗେ। ତେଣୁ ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷ ସେଠାରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ଏୟାପୋର୍ଟ ଅଥରିଟି ଅଫ୍ ଇଣ୍ଡିଆକୁ ଅନୁରୋଧ କରିଥିବା ବେଳେ ସେ ସୁରେଶ ପ୍ରଭୁଙ୍କୁ ଏହାର ବୈଷୟିକ-ଆର୍ଥିକ ଫିଜିବିଲିଟି ପରୀକ୍ଷା କରିବା ପାଇଁ ଅନୁରୋଧ କରିଛନ୍ତି।

Advertisment
Dharmendra Pradhan Ministry Civil Aviation Suresh Prabhu
Advertisment
Advertisment