Advertisment

କାଳବୈଶାଖୀ ବର୍ଷା ନେଇ ସତର୍କ ସୂଚନା

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଉପକୂଳ ଓଡ଼ିଶାରେ ସ୍ଥିତି ଟିକେ ନିୟନ୍ତ୍ରଣାଧୀନ ଥିବାବେଳେ ପଶ୍ଚିମ ଓଡ଼ିଶାରେ ଏହା ଅସମ୍ଭାଳ। ତେବେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଶନିବାର ଠାରୁ ଟିକେ ଆଶ୍ୱସ୍ତ ମିଳିବ। ସାରା ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ଥିବାରୁ ଏହାର ପ୍ରଭାବରେ କାଲିଠାରୁ ତିନିରୁ ଚାରି ଦିନ ପର୍ଯ୍ୟନ୍ତ କମ୍ ତାତି ଅନୁଭୂତ ହେବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓ ଉପକୂଳ ଓଡ଼ିଶାର କେତେକ […]

author-image
Otv Khabar Bureau
କାଳବୈଶାଖୀ ବର୍ଷା ନେଇ ସତର୍କ ସୂଚନା

kalabaisakhi

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଉପକୂଳ ଓଡ଼ିଶାରେ ସ୍ଥିତି ଟିକେ ନିୟନ୍ତ୍ରଣାଧୀନ ଥିବାବେଳେ ପଶ୍ଚିମ ଓଡ଼ିଶାରେ ଏହା ଅସମ୍ଭାଳ।

Advertisment

ତେବେ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଶନିବାର ଠାରୁ ଟିକେ ଆଶ୍ୱସ୍ତ ମିଳିବ। ସାରା ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ଥିବାରୁ ଏହାର ପ୍ରଭାବରେ କାଲିଠାରୁ ତିନିରୁ ଚାରି ଦିନ ପର୍ଯ୍ୟନ୍ତ କମ୍ ତାତି ଅନୁଭୂତ ହେବ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କୁଆପଥର ମାଡ଼ ସହ ବର୍ଷା ସମ୍ଭାବନା ରହିଛି। ଏସବୁ ଜିଲ୍ଲା ହେଉଛି କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ ଓ ନୟାଗଡ଼ ଏହି ସମୟରେ ୫୦ରୁ ୬୦ କିମି ବେଗରେ ପବନ ବହିପାରେ। ବାକି ଜିଲ୍ଲାରେ ପାଗ ଶୁଖିଲା ରହିବ।

Advertisment

ଗତକାଲି ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଉପରେ ଥିଲା। ସେଥିମଧ୍ୟରୁ ଅଧିକାଂଶ ପଶ୍ଚିମ ଓଡ଼ିଶାର ସହର। ହୀରାକୁଦରେ ସର୍ବାଧିକ ତାପମାତ୍ରା ୪୨.୭ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଭୁବନେଶ୍ୱରର ତାପମାତ୍ରା ଥିଲା ୩୮.୪ ଡିଗ୍ରୀ ସେଲସିୟସ୍।

Odisha Norwester Rain Kalabaisakhi
Advertisment
Advertisment