/odishatv-khabar/media/post_attachments/uploadimage/library/16_9/16_9_0/police-DG_1626432300.jpg)
police DG
ଭୁବନେଶ୍ୱର: ଭୁବନେଶ୍ୱର ପୋଲିସ ଭବନରେ ଆରମ୍ଭ ହୋଇଛି ୩ ଦିନିଆ ପୋଲିସ ଅଧିକାରୀ ସମ୍ମିଳନୀ। ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଏହାକୁ ଉଦଘାଟନ କରିଛନ୍ତି।
ପୋଲିସ-ପବ୍ଲିକ୍ ସଂପର୍କକୁ ଦୃଢ କରିବା ଉପରେ ଗୁରୁତ୍ୱ ଦେଇ ଡିଜି ଆର ପି ଶର୍ମା କହିଛନ୍ତି, ମାଓବାଦୀ ପାଲଟିଥିବା ଯୁବକମାନଙ୍କୁ ମୁଖ୍ୟ ସ୍ରୋତରେ ଫେରାଇ ଆଣିବା ମଧ୍ୟ ପୋଲିସର ନୈତିକ କର୍ତ୍ତବ୍ୟ। ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ମୁଖ୍ୟସ୍ରୋତକୁ ଆଣିବାକୁ ଉଦ୍ୟମ କରିବା ଉଚିତ୍।
ଏଥିସହ ଡିଜି କହିଛନ୍ତି, ମାଓବାଦୀ ବିରୋଧରେ ପୋଲିସର ଲଢ଼େଇ ଜାରି ରହିଛି। ତେବେ ବିଭିନ୍ନ ସ୍ଥାନରେ ମାଓ ହିଂସା ଦେଖିବାକୁ ମିଳୁଛି ତେଣୁ ମାଓ ଦମନ ପାଇଁ ପୋଲିସକୁ ଆହୁରି ସଜାଗ ରହିବାକୁ ପଡ଼ିବ।
ସମ୍ମିଳନୀରେ ସମସ୍ତ ଜିଲ୍ଲାର ଏସପି, ଡିସିପି, ସଶସ୍ତ୍ର ବାଟାଲିୟନର କମାଣ୍ଡାଣ୍ଟ, ପୋଲିସ କମିଶନର, ରେଞ୍ଜ ଆଇଜି, ଡିଆଇଜି ଓ ପ୍ରଶିକ୍ଷଣ ନେଉଥିବା ଆଇପିଏସ୍ ଅଧିକାରୀ ସାମିଲ ହୋଇଛନ୍ତି। ସେହିପରି ସମସ୍ତ ପୋଲିସ ପ୍ରତିଷ୍ଠାନ ତଥା ଅଗ୍ନିଶମ ଓ ହୋମଗାର୍ଡ, ଭିଜିଲାନ୍ସ ଓ ଜେଲ ବିଭାଗ, ରାଜ୍ୟ ପୋଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ଆଦିର ଅଧିକାରୀ ମଧ୍ୟ ଅଂଶ ଗ୍ରହଣ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)