Advertisment

ଭୟଙ୍କର ଭ୍ରଷ୍ଟାଚାର ଅଭିଯୋଗ ଅାଣି ଟାର୍ଗେଟ୍ କଲା ବିଜେପି

ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାର ଗାଁ ଲୋକଙ୍କର ସରକାର ବିରୋଧରେ କ୍ଷୋଭ। କେଉଁଠି ୫୦ ବର୍ଷ ତ ଆଉ କେଉଁଠି ୧୫ ବର୍ଷ ବିତିଗଲାଣି। ସରକାରଙ୍କୁ ଗୁହାରି ସତ୍ତ୍ୱେ ମିଳିପାରିନି ମୌଳିକ ସୁବିଧା। ଅନୁଗୁଳ ବରହାକୁଦର ଗାଁ ଲୋକଙ୍କ ଦୁର୍ଦ୍ଦଶା କହିଲେ ନସରେ। ରାସ୍ତା ନାହିଁ ବୋଲି ଗର୍ଭବତୀଙ୍କୁ ଖଟିଆରେ ବୋହି ମେଡ଼ିକାଲ ନିଆଯାଉଛି। କିଏ କାଦୁଅ ରାସ୍ତାରେ ତ ଆଉ କିଏ ନଦୀ ପାରି ହୋଇଯାଉଛନ୍ତି ସ୍କୁଲ୍। ସମାନ ଦୁର୍ଦ୍ଦଶା ରାୟଗଡ଼ା କଲ୍ୟାଣସିଂପୁରରେ। ଉଛୁଳା ନଈରେ ବିପଦଜନକ […]

author-image
Otv Khabar Bureau
ଭୟଙ୍କର ଭ୍ରଷ୍ଟାଚାର ଅଭିଯୋଗ ଅାଣି ଟାର୍ଗେଟ୍ କଲା ବିଜେପି

bjp press meet

ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାର ଗାଁ ଲୋକଙ୍କର ସରକାର ବିରୋଧରେ କ୍ଷୋଭ। କେଉଁଠି ୫୦ ବର୍ଷ ତ ଆଉ କେଉଁଠି ୧୫ ବର୍ଷ ବିତିଗଲାଣି। ସରକାରଙ୍କୁ ଗୁହାରି ସତ୍ତ୍ୱେ ମିଳିପାରିନି ମୌଳିକ ସୁବିଧା। ଅନୁଗୁଳ ବରହାକୁଦର ଗାଁ ଲୋକଙ୍କ ଦୁର୍ଦ୍ଦଶା କହିଲେ ନସରେ। ରାସ୍ତା ନାହିଁ ବୋଲି ଗର୍ଭବତୀଙ୍କୁ ଖଟିଆରେ ବୋହି ମେଡ଼ିକାଲ ନିଆଯାଉଛି। କିଏ କାଦୁଅ ରାସ୍ତାରେ ତ ଆଉ କିଏ ନଦୀ ପାରି ହୋଇଯାଉଛନ୍ତି ସ୍କୁଲ୍। ସମାନ ଦୁର୍ଦ୍ଦଶା ରାୟଗଡ଼ା କଲ୍ୟାଣସିଂପୁରରେ। ଉଛୁଳା ନଈରେ ବିପଦଜନକ ଭାବେ ପାରି ହେଉଛନ୍ତି ପିଲାଠୁ ବୟସ୍କ। ତେବେ ଜିଲ୍ଲା ପ୍ରଶାସନ କେବଳ ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଉଛି ସିନା, ଫଳ ଶୂନ।

Advertisment

publive-imageଗ୍ରାମାଞ୍ଚଳ ବିକାଶର ଏଭଳି ମଳିନ ଚିତ୍ର ଭାତ ହାଣ୍ଡିରୁ ଗୋଟିଏ ଲେଖାଏଁ। ଅନେକ ଗାଁ ଆଜି ବି ବିକାଶଠାରୁ ବହୁ ଦୂରରେ। ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନା ଏକ ଭୟଙ୍କର ଭ୍ରଷ୍ଟାଚାର ବୋଲି କହିଛି ବିଜେପି। ଯୋଜନା ପଛରେ ଦୁର୍ନୀତି ଗନ୍ଧ ବାରି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ । ସେ କହିଛନ୍ତି ରାଜ୍ୟ ସରକାର ଭୟଙ୍କର ଘୋଟାଲା କରୁଛନ୍ତି ଓ କେବଳ ଦଳୀୟ ଲୋକମାନଙ୍କୁ ହିଁ ଟେଣ୍ଡର ଦିଆଯାଉଛି। ଏହାର ଜବାବ ରଖି ବିଜେଡି କହିଛି ବିଜେପି ଇର୍ଷାରେ ଜର୍ଜରିତ ହୋଇ ଯୁକ୍ତିହୀନ ମନ୍ତବ୍ୟ ଦେଉଛି।

publive-imageସେପଟେ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଆମ ଗାଁ ଆମ ବିକାଶ ଯୋଜନାରେ ବିଭିନ୍ନ ପଞ୍ଚାୟତର ଉନ୍ନୟନମୂଳକ ପ୍ରକଳ୍ପ ପାଇଁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୬ ଶହ କୋଟି ଟଙ୍କା ମଞ୍ଜୁରୀ ହେଲାଣି। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସେ ବିଭିନ୍ନ ପଞ୍ଚାୟତ ଲୋକଙ୍କ ସହିତ ଆଲୋଚନା କରୁଛନ୍ତି ବୋଲି କହିଛନ୍ତି।

Advertisment
Advertisment
Advertisment