Advertisment

ଜାମ୍ମୁ ଏୟାରପୋର୍ଟରେ ଆକ୍ରମଣ ଘଟଣା ପରେ ସେନାର ଆଧୁନିକୀକରଣ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଜାମ୍ମୁ ଏୟାରପୋର୍ଟରେ ଥିବା ଭାରତୀୟ ବାସୁସେନା ଘାଟିରେ ଡ୍ରୋନ ଆକ୍ରମଣ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ପ୍ରତିରକ୍ଷା କ୍ଷେତ୍ର ପ୍ରତି ଆଗକୁ ରହିଥିବା ଚ୍ୟାଲେଞ୍ଜ ସମ୍ପର୍କରେ ଆଲୋଚନା କରାଯାଇଛି…

ଅଦ୍ୟତନ ହୋଇଛି
ଜାମ୍ମୁ ଏୟାରପୋର୍ଟରେ ଆକ୍ରମଣ ଘଟଣା ପରେ ସେନାର ଆଧୁନିକୀକରଣ ନେଇ ଚର୍ଚ୍ଚା

Modi

Advertisment

ନୂଆଦିଲ୍ଲୀ: ଜାମ୍ମୁ ଏୟାରପୋର୍ଟରେ ଥିବା ଭାରତୀୟ ବାସୁସେନା ଘାଟିରେ ଡ୍ରୋନ ଆକ୍ରମଣ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରେ ପ୍ରତିରକ୍ଷା କ୍ଷେତ୍ର ପ୍ରତି ଆଗକୁ ରହିଥିବା ଚ୍ୟାଲେଞ୍ଜ ସମ୍ପର୍କରେ ଆଲୋଚନା କରାଯାଇଛି ।

Advertisment

ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହା ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଥିଲେ । ଦେଶରେ କୌଣସି ସାମରିକ ପ୍ରତିଷ୍ଠାନ ଉପରେ ଡ୍ରୋନ୍ ଯୋଗେ ଏହା ପ୍ରଥମ ଆକ୍ରମଣ ଘଟଣା ହୋଇଥିବାରୁ ଏହାକୁ ଗୁରୁତ୍ୱର ସହ ନେଇଛି ଭାରତ । ଆତଙ୍କବାଦୀଙ୍କ ପକ୍ଷରୁ ଏହାକୁ ନୂଆ ବିପଦ ବୋଲି ବିବେଚନା କରାଯାଉଛି ।

ତେଣୁ ଆଜିର ଏହି ବୈଠକର ସେନାର ଆଧୁନିକୀକରଣ ପ୍ରସଙ୍ଗରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା କରାଯାଇଛି । ଶନିବାର ମଧ୍ୟରାତିରେ ଜାମ୍ମୁ ଏୟାରଫୋର୍ସ ବେସ୍‌କୁ ଟାର୍ଗେଟ୍ କରି ଡ୍ରୋନ ସହାୟତାରେ ଦୁଇଟି IED ବିସ୍ଫୋରଣ କରାଯାଇଥିଲା । ଗୋଟିଏ ବିସ୍ଫୋରଣରେ ଏୟାରପୋର୍ଟର ଛାତ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନ୍ୟ ବିସ୍ଫୋରଣଟି ଖାଲି ସ୍ଥାନରେ ହୋଇଥିଲା । ଏଥିରେ ଦୁଇ ଜଣ ଆହତ ମଧ୍ୟ ହୋଇଥିଲେ । ଜାତୀୟ ତଦନ୍ତକାରୀ ସଂସ୍ଥା NIA ଏହି ଘଟଣାର ତଦନ୍ତ ଦାୟିତ୍ୱ ନେଇଥିବା ବେଳେ ଏହା ପଛରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତାଇବାର ହାତ ଥିବା ସନ୍ଦେହ କରାଯାଉଛି ।

Advertisment
Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ