/odishatv-khabar/media/post_attachments/uploadimage/library/16_9/16_9_0/plus-2_1626693834.jpg)
plus 2
ଭୁବନେଶ୍ୱର : ଅାଜିଠାରୁ ଅାରମ୍ଭ ହେବ ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ଅାବେଦନ। ଅଗଷ୍ଟ ୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ପ୍ରକ୍ରିୟା। ଛାତ୍ରଛାତ୍ରୀମାନେ www.samsodisha.gov.in ୱେବ୍ସାଇଟ ଜରିଅାରେ ଅାବେଦନ କରିପାରିବେ।
Advertisment
ଏଥିପାଇଁ ଜୁନିୟର କଲେଜମାନଙ୍କରେ ସାମ୍ସ ରିସୋର୍ସ ସେଣ୍ଟର ଖୋଲାଯାଇଛି। ଅଗଷ୍ଟ ୧୦ ତାରିଖରେ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ। ଦ୍ୱିତୀୟ ପର୍ଯ୍ୟାୟରେ ମନୋନୀତ ଛାତ୍ରଛାତ୍ରୀ ଅଗଷ୍ଟ ୧୧ରୁ ୧୪ ତାରିଖ ମଧ୍ୟରେ ଅାଡମିସନ କରିପାରିବେ।
ମାଟ୍ରିକ୍ ସପ୍ଲିମେଣ୍ଟାରିରେ ପାସ୍ କରିଥିବା ଏବଂ ପ୍ରଥମ ପର୍ଯ୍ୟାୟରେ ନାମଲେଖାରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀମାନେ ଏଥିପାଇଁ ଅାବେଦନ କରିପାରିବେ। ରାଜ୍ୟର ବିଭିନ୍ନ ଜୁନିୟର କଲେଜରେ ଖାଲି ପଡିଥିବା ସିଟ୍ ପୂରଣ ପାଇଁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ଅାଡ୍ମିଶନ ପ୍ରକ୍ରିୟା ଅାରମ୍ଭ କରାଯାଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)