Advertisment

ପୁଣି ବଢ଼ିଲା ପେଟ୍ରୋଲ୍‌, ଡିଜେଲ୍‌ ଦାମ୍‌

ନୂଆଦିଲ୍ଲୀ: କର୍ଣ୍ଣାଟକ ନିର୍ବାଚନ ସରୁ ସରୁ ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦାମ୍।  ପେଟ୍ରୋଲ ଦାମ୍‌ ଲିଟର ପିଛା ୧୭ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଦାମ୍‌ ଲିଟର ପିଛା ୨୧ ପଇସା ବୃଦ୍ଧି  ପାଇଛି। ଏହା ସହିତ ଡିଜେଲ ଦାମ୍‌ ଗତ ୫୬ ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଗତ ୩ ସପ୍ତାହ ଧରି ପେଟ୍ରୋଲ, ଡିଜେଲ ଦାମ୍‌ ବଢ଼ିନଥିଲା। ତେଣୁ ଚର୍ଚ୍ଚା ହେଉଛି ଯେ, କର୍ଣ୍ଣାଟକ ନିର୍ବାଚନରେ ବିଜେପିକୁ ସୁହାଇବା ପାଇଁ […]

author-image
Otv Khabar Bureau
ପୁଣି ବଢ଼ିଲା ପେଟ୍ରୋଲ୍‌, ଡିଜେଲ୍‌ ଦାମ୍‌

petrol price hike

ନୂଆଦିଲ୍ଲୀ: କର୍ଣ୍ଣାଟକ ନିର୍ବାଚନ ସରୁ ସରୁ ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦାମ୍।  ପେଟ୍ରୋଲ ଦାମ୍‌ ଲିଟର ପିଛା ୧୭ ପଇସା ବୃଦ୍ଧି ପାଇଥିବା ବେଳେ ଡିଜେଲ ଦାମ୍‌ ଲିଟର ପିଛା ୨୧ ପଇସା ବୃଦ୍ଧି  ପାଇଛି। ଏହା ସହିତ ଡିଜେଲ ଦାମ୍‌ ଗତ ୫୬ ମାସରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।

Advertisment

ଗତ ୩ ସପ୍ତାହ ଧରି ପେଟ୍ରୋଲ, ଡିଜେଲ ଦାମ୍‌ ବଢ଼ିନଥିଲା। ତେଣୁ ଚର୍ଚ୍ଚା ହେଉଛି ଯେ, କର୍ଣ୍ଣାଟକ ନିର୍ବାଚନରେ ବିଜେପିକୁ ସୁହାଇବା ପାଇଁ ଜାଣିଶୁଣି ପେଟ୍ରୋଲିୟମ କମ୍ପାନିଗୁଡ଼ିକ ଦାମ୍ ବୃଦ୍ଧି କରିନଥିଲେ। ଗୁଜରାଟ ନିର୍ବାଚନ ଠିକ୍ ଆଗରୁ ମଧ୍ୟ ଏପରି ହୋଇଥିଲା।

ଗୁଜରାଟ ବିଧାନସଭା ନିର୍ବାଚନର ୧୫ ଦିନ ଆଗରୁ ତୈଳ କମ୍ପାନୀଗୁଡ଼ିକ ପ୍ରତିଦିନ ପେଟ୍ରୋଲ ଦାମ୍‌ ଲିଟର ପିଛା ୧ରୁ ୩ ପଇସା ଲେଖାଏଁ ହ୍ରାସ କରିଥିଲେ।  ନିର୍ବାଚନ ସରୁ ସରୁ ପୁଣି ଦାମ୍ ବଢ଼ିଥିଲା।

Advertisment

ତେଣୁ ସାଧାରଣରେ ଚର୍ଚ୍ଚା ହୋଇଥିଲା ଯେ, ନିର୍ବାଚନରେ ବିଜେପିକୁ ସୁହାଇବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶରେ ପେଟ୍ରୋଲିୟମ କମ୍ପାନୀଗୁଡ଼ିକ ଦାମ୍ ହ୍ରାସ କରିଥିଲେ। କର୍ଣ୍ଣାଟକ ନିର୍ବାଚନରେ ମଧ୍ୟ ତାହା ଦେଖିବାକୁ ମିଳିଛି। ତେବେ ପେଟ୍ରୋଲିୟମ କମ୍ପାନୀଗୁଡ଼ିକ ଏହା ମାନିବାକୁ ନାରାଜ ଯେ, ନିର୍ବାଚନକୁ ଦେଖି ଏପରି କରାଯାଇଛି।

Diesel Price Petrol Price Petrol Diesel
Advertisment
Advertisment