Advertisment

ପୁଣି ବଢ଼ିପାରେ ପେଟ୍ରୋଲ ଓ ଡ଼ିଜେଲ ଦର

ନୂଆଦିଲ୍ଲୀ: ପୁଣି ବଢ଼ିପାରେ ତୈଳ ଦର। ପେଟ୍ରାଲ୍‌ ଓ ଡ଼ିଜେଲ୍‌ ଦର ଲିଟର ପିଛା ୪ଟଙ୍କା ବୃଦ୍ଧି ପାଇପାରେ ବୋଲି ଜଣାପଡ଼ିଛି। ଏଭଳି ଆକଳନ କରିଛନ୍ତି ତୈଳ ଓ ଅର୍ଥନୀତି ବିଶେଷକ। କର୍ଣ୍ଣାଟକ ନିର୍ବାଚନର ପୂର୍ବ ସ୍ଥିତିକୁ ଫେରିବାକୁ ହେଲେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକୁ ପେଟ୍ରୋଲ ଓ ଡ଼ିଜେଲ ଦର ବଢ଼ାଇବାକୁ ପଡ଼ିବ ବୋଲି ଏହି ସଂସ୍ଥା କହିଛି। କର୍ଣ୍ଣାଟକ ନିର୍ବାଚନ ଲାଗି ଦୀର୍ଘ ୧୯ ଦିନ ଧରି ତୈଳ ଦରରେ ସଂଶୋଧନ ସ୍ଥଗିତ ରଖାଯାଇଥିଲା। ତେବେ […]

author-image
Otv Khabar Bureau
ପୁଣି ବଢ଼ିପାରେ ପେଟ୍ରୋଲ ଓ ଡ଼ିଜେଲ ଦର

petrol price hike

ନୂଆଦିଲ୍ଲୀ: ପୁଣି ବଢ଼ିପାରେ ତୈଳ ଦର। ପେଟ୍ରାଲ୍‌ ଓ ଡ଼ିଜେଲ୍‌ ଦର ଲିଟର ପିଛା ୪ଟଙ୍କା ବୃଦ୍ଧି ପାଇପାରେ ବୋଲି ଜଣାପଡ଼ିଛି। ଏଭଳି ଆକଳନ କରିଛନ୍ତି ତୈଳ ଓ ଅର୍ଥନୀତି ବିଶେଷକ। କର୍ଣ୍ଣାଟକ ନିର୍ବାଚନର ପୂର୍ବ ସ୍ଥିତିକୁ ଫେରିବାକୁ ହେଲେ ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀଗୁଡ଼ିକୁ ପେଟ୍ରୋଲ ଓ ଡ଼ିଜେଲ ଦର ବଢ଼ାଇବାକୁ ପଡ଼ିବ ବୋଲି ଏହି ସଂସ୍ଥା କହିଛି।

Advertisment

କର୍ଣ୍ଣାଟକ ନିର୍ବାଚନ ଲାଗି ଦୀର୍ଘ ୧୯ ଦିନ ଧରି ତୈଳ ଦରରେ ସଂଶୋଧନ ସ୍ଥଗିତ ରଖାଯାଇଥିଲା। ତେବେ ନିର୍ବାଚନ ଶେଷ ହେବାପରେ ରାଷ୍ଟ୍ରାୟତ୍ତ କମ୍ପାନୀ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ (ଆଇଓସି), ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ କର୍ପୋରେସନ୍‌ ଲିମିଟେଡ଼୍‌(ଏଚ୍‌ପିସିଏଲ୍) ଓ ଭାରତ ପେଟ୍ରୋଲିୟମ୍‌ କର୍ପୋରେସନ୍‌ ଲିମିଟେଡ଼୍‌ (ବିପିସିଏଲ୍‌) ଏହି କଟକଣାକୁ ସୋମବାର ଉଠାଇ ଦେଇ ଦୈନିକ ଭିତ୍ତିରେ ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ ଆଣିଛନ୍ତି।

ଆଜି ଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ପେଟ୍ରୋଲ ଓ ଡ଼ିଜେଲ ଦର ଲିଟର ପିଛା ୨୮ ରୁ ୩୧ ପଇସା ବୃଦ୍ଧି କରାଯାଇଛି।

Advertisment

ଆଗାମୀ ସପ୍ତାହରେ  ଡାଉନ୍‌ଷ୍ଟ୍ରିମ୍‌ ଅଏଲ୍‌ କମ୍ପାନୀ ଗୁଡ଼ିକ ଡ଼ିଜେଲ ଦର ପ୍ରତି ଲିଟର ପିଛା ୩ ଟଙ୍କା ୫୦ ପଇସାରୁ ୪ ଟଙ୍କା ଓ ପେଟ୍ରୋଲ ଦର ୪ଟଙ୍କାରୁ ୪ଟଙ୍କା ୫୫ ପଇସା ପର୍ଯ୍ୟନ୍ତ ବୃଦ୍ଧି କରିବା ଆବଶ୍ୟକ ବୋଲି‘କୋଟାକ୍‌ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍‌ ଇକ୍ୟୁଟିଜ୍‌’ ଏକ ରିପୋର୍ଟରେ କହିଛି। କର୍ଣ୍ଣାଟକ ନିର୍ବାଚନ ଯୋଗୁଁ ତୈଳ କମ୍ପାନୀ ଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ନ ବଢ଼ାଇବାରୁ ସେମାନଙ୍କ ମାର୍ଜିନ୍‌ ପରିମାଣ ୫୦ରୁ ୭୦ ପଇସା ପର୍ଯ୍ୟନ୍ତ ଖସିଆସିଛି ବୋଲି ଏହି ରିପୋର୍ଟରେ କୁହାଯାଇଛି।

ବିଗତ କିଛିଦିନ ଧରି ତୈଳ ଦର ବୃଦ୍ଧି ନ କରିବାରୁ କମ୍ପାନୀଗୁଡ଼ିକର ୫୦୦ କୋଟି ଟଙ୍କା କ୍ଷତି ହୋଇଥିବା ଆକଳନ କରାଯାଉଛି।

Diesel Price Petrol Price Petrol Price Hike
Advertisment
Advertisment