Advertisment

ଗୁଣି ଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତ୍ତିଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ଗଞ୍ଜାମ: ଗୁଣି ଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତ୍ତିଙ୍କୁ ଦୁର୍ବ୍ୟବହାର ସହ ଗାଁ ଦାଣ୍ଡରେ ମାଡ ମାରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ପାଣ୍ଡିଆ ଗ୍ରାମରେ। ଅଭିଯୋଗ ଅନୁସାରେ ଶନିବାର ରାତିରେ ହଠାତ୍‌ ଗାଁର କିଛି ଲୋକ ସୁଦର୍ଶନଙ୍କ ଘରକୁ ଯୋର ଜବରଦସ୍ତ ପ୍ରବେଶ କରିଥିଲେ ଏବଂ ସେ ଗୁଣି ଗାରେଡି କରୁଥିବା ଅଭିଯୋଗ କରି ତାଙ୍କ ଘର ଭଙ୍ଗାରୁଜା କରିଥିଲେ। ଏହାକୁ ପ୍ରତିରୋଧ କରିବାରୁ ଗାଁ ଲୋକେ […]

author-image
Otv Khabar Bureau
ଗୁଣି ଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତ୍ତିଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ganjam

ଗଞ୍ଜାମ: ଗୁଣି ଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତ୍ତିଙ୍କୁ ଦୁର୍ବ୍ୟବହାର ସହ ଗାଁ ଦାଣ୍ଡରେ ମାଡ ମାରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ପାଣ୍ଡିଆ ଗ୍ରାମରେ।

Advertisment

ଅଭିଯୋଗ ଅନୁସାରେ ଶନିବାର ରାତିରେ ହଠାତ୍‌ ଗାଁର କିଛି ଲୋକ ସୁଦର୍ଶନଙ୍କ ଘରକୁ ଯୋର ଜବରଦସ୍ତ ପ୍ରବେଶ କରିଥିଲେ ଏବଂ ସେ ଗୁଣି ଗାରେଡି କରୁଥିବା ଅଭିଯୋଗ କରି ତାଙ୍କ ଘର ଭଙ୍ଗାରୁଜା କରିଥିଲେ। ଏହାକୁ ପ୍ରତିରୋଧ କରିବାରୁ ଗାଁ ଲୋକେ ସୁଦର୍ଶନ ଏବଂ ତାଙ୍କ ସ୍ତ୍ରୀଙ୍କୁ ଗାଁ ଦାଣ୍ଡକୁ ଟାଣି ନେଇ ଏକ ଖମ୍ବରେ ବାନ୍ଧି ଦେଇଥିଲେ। ପରେ ମାଡ ମାରିବା ସହ ମଳ ଖୁଆଇଥିଲେ।

ଏନେଇ ପୋଲିସ ଖବର ପାଇବା ପରେ ଗ୍ରାମବାସୀଙ୍କ ସହ ବୁଝାସୁଝା କରି ଉଭୟଙ୍କୁ ଉଦ୍ଧାର କରିଥିଲେ। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇନଥିଲେ ମଧ୍ୟ ଘଟଣାର ତଦନ୍ତ ଜାରି ରହିଛି।

Advertisment
Ganjam
Advertisment
Advertisment