Advertisment

ନର୍ସିଂହୋମ୍‌ରୁ ରୋଗୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ: କଟକ ବଜ୍ରକବାଟିସ୍ଥିତ ଏର ଘରୋଇ ନର୍ସିଂହୋମ୍‌ରୁ ଜଣେ କ୍ୟାନସର ପୀଡ଼ିତ ରୋଗୀଙ୍କ ମୃତଦେହ ସନ୍ଦେହଜନକ ଭାବେ ଉଦ୍ଧାର କରାଯାଇଛି। ମୃତ ରୋଗୀ ଭଦ୍ରକ ତିହିଡ଼ିର ରଙ୍ଗାଧର ବଇତି। ସେ ଦୀର୍ଘ ଦିନ ହେବ କ୍ୟାନସର ରୋଗରେ ପୀଡ଼ିତ ହୋଇ ନର୍ସିଂହୋମ୍‌ରେ ଚିକିତ୍ସିତ ହେଉଥିଲେ। ଆଜି ସକାଳୁ ତାଙ୍କର ମୃତଦେହ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ତାଙ୍କ ନିକଟରୁ ପୋଲିସ ଏକ ସୁଇସାଇଡ଼୍‌ ନୋଟ୍ ଜବତ କରିଛି। ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି […]

author-image
Otv Khabar Bureau
ନର୍ସିଂହୋମ୍‌ରୁ ରୋଗୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଟକ: କଟକ ବଜ୍ରକବାଟିସ୍ଥିତ ଏର ଘରୋଇ ନର୍ସିଂହୋମ୍‌ରୁ ଜଣେ କ୍ୟାନସର ପୀଡ଼ିତ ରୋଗୀଙ୍କ ମୃତଦେହ ସନ୍ଦେହଜନକ ଭାବେ ଉଦ୍ଧାର କରାଯାଇଛି।

Advertisment

ମୃତ ରୋଗୀ ଭଦ୍ରକ ତିହିଡ଼ିର ରଙ୍ଗାଧର ବଇତି। ସେ ଦୀର୍ଘ ଦିନ ହେବ କ୍ୟାନସର ରୋଗରେ ପୀଡ଼ିତ ହୋଇ ନର୍ସିଂହୋମ୍‌ରେ ଚିକିତ୍ସିତ ହେଉଥିଲେ।

ଆଜି ସକାଳୁ ତାଙ୍କର ମୃତଦେହ ଫ୍ୟାନରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ତାଙ୍କ ନିକଟରୁ ପୋଲିସ ଏକ ସୁଇସାଇଡ଼୍‌ ନୋଟ୍ ଜବତ କରିଛି। ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ଏଥିରେ ଲେଖା ହୋଇଛି।

Advertisment

ଅନ୍ୟପକ୍ଷରେ ମଙ୍ଗଳାବାଗ ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି।

Cuttack Nurshing Home In Cuttack Patient Found Dead
Advertisment
Advertisment