/odishatv-khabar/media/post_attachments/uploadimage/library/16_9/16_9_0/paradeep_1626433604.jpg)
paradeep
ପାରାଦୀପ: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳରେ ଷ୍ଟିଭେଡର୍ସ କର୍ମଚାରୀ ଓ ଶ୍ରମିକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ। ବେଆଇନ ଭାବେ ଶ୍ରମିକଙ୍କ ଛଟେଇ ଓ ବଦଳିର ପ୍ରତିବାଦ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶ୍ରମିକ।
Advertisment
ବନ୍ଦର ନିଷିଦ୍ଧାଞ୍ଚଳରେ ଥିବା ଷ୍ଟିଭେଡର୍ସ କମ୍ପାନୀମାନଙ୍କ ଅଫିସ ଆଗରେ ଆନ୍ଦୋଳନରେ ବସିଛନ୍ତି ଶ୍ରମିକ। ଆନ୍ଦୋଳନରେ ପ୍ରାୟ ୨ ହଜାର ଶ୍ରମିକ ସାମିଲ ହୋଇଛନ୍ତି। ଶ୍ରମିକ ଓ କର୍ମଚାରୀ ଆନ୍ଦୋଳନରେ ଲୋଡର ସୁପରଭାଇଜର ମାନେ ବହୁଳ ଭାବରେ ସାମିଲ ହୋଇଛନ୍ତି।
ସମସ୍ୟାର ସ୍ଥାୟୀ ସମାଧାନ ନହେବାଯାଏ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ କହିଛନ୍ତି। ଅନ୍ୟପଟେ ଶ୍ରମିକଙ୍କ ଆନ୍ଦୋଳନ ଫଳରେ ବନ୍ଦର ମଧ୍ୟରେ ମାଲ ପରିବହନ ବାଧାପ୍ରାପ୍ତ ହେବାସହ ପଣ୍ୟ କାରବାରରେ ଅଚଳାବସ୍ଥା ଦେଖାଦେଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)