Advertisment

ଟ୍ରାଇବାଲ୍‌ ଆଡଭାଇଜରି କମିଟି ନିୟମିତ ବସୁନଥିବା ପ୍ରସଙ୍ଗ : ବିଧାନସଭାରେ ହଟ୍ଟଗୋଳ

ଭୁବନେଶ୍ୱର : ବିଧାନସଭା ପ୍ରଶ୍ନକାଳ ପୁଣି ଅଚଳ। ଆଦିବାସୀଙ୍କ ଉନ୍ନତି ପାଇଁ ଗଠିତ ଟ୍ରାଇବାଲ ଆଡଭାଇଜରି କମିଟି-TAC ନିୟମିତ ବସୁନଥିବାରୁ ଆଜି ସରକାରଙ୍କୁ ଘେରିଥିଲେ ବିରୋଧୀ କଂଗ୍ରେସ ସଦସ୍ୟ। ମୁଖ୍ୟମନ୍ତ୍ରୀ ନିଜେ ଏହାର ଅଧ୍ୟକ୍ଷ ଥିବାବେଳେ ଦୀର୍ଘ ଦିନ ଧରି ଏହି ବୈଠକ ବସି ନଥିବାରୁ ଆଦିବାସୀଙ୍କ ପ୍ରତି ସରକାରଙ୍କ ଦରଦ କେତେ ତାହା ବୁଝା ପଡୁଛି ବୋଲି କହିଥିଲେ। ପ୍ରଶ୍ନକାଳ ଚାଲିବାର ମାତ୍ର ୫ ମିନିଟ୍ ଭିତରେ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ […]

author-image
Otv Khabar Bureau
ଟ୍ରାଇବାଲ୍‌ ଆଡଭାଇଜରି କମିଟି ନିୟମିତ ବସୁନଥିବା ପ୍ରସଙ୍ଗ : ବିଧାନସଭାରେ ହଟ୍ଟଗୋଳ

asseembly

ଭୁବନେଶ୍ୱର : ବିଧାନସଭା ପ୍ରଶ୍ନକାଳ ପୁଣି ଅଚଳ। ଆଦିବାସୀଙ୍କ ଉନ୍ନତି ପାଇଁ ଗଠିତ ଟ୍ରାଇବାଲ ଆଡଭାଇଜରି କମିଟି-TAC ନିୟମିତ ବସୁନଥିବାରୁ ଆଜି ସରକାରଙ୍କୁ ଘେରିଥିଲେ ବିରୋଧୀ କଂଗ୍ରେସ ସଦସ୍ୟ। ମୁଖ୍ୟମନ୍ତ୍ରୀ ନିଜେ ଏହାର ଅଧ୍ୟକ୍ଷ ଥିବାବେଳେ ଦୀର୍ଘ ଦିନ ଧରି ଏହି ବୈଠକ ବସି ନଥିବାରୁ ଆଦିବାସୀଙ୍କ ପ୍ରତି ସରକାରଙ୍କ ଦରଦ କେତେ ତାହା ବୁଝା ପଡୁଛି ବୋଲି କହିଥିଲେ।

Advertisment

ପ୍ରଶ୍ନକାଳ ଚାଲିବାର ମାତ୍ର ୫ ମିନିଟ୍ ଭିତରେ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ୍ ତଳକୁ ଆସି ହୋ ହଲ୍ଲା କରିବା ସହ ନାରାବାଜି କରିଥିଲେ। ନିୟମ ମୁତାବକ ଟିଏସି ବୈଠକ ୧୭ବର୍ଷରେ ୩୪ଥର ବସିବା କଥା, ହେଲେ ମାତ୍ର ୧୫ଥର ବସିଛି। ଟିଏସି ବୈଠକ ଶୀଘ୍ର କରିବା ସହ ବୈଠକ ବସିନଥିବାରୁ ରାଜ୍ୟ ସରକାର କ୍ଷମା ମାଗିବାକୁ ଦାବି କରିଥିଲେ। ବିରୋଧୀ ପ୍ରଶ୍ନକାଳ ଭଳି ଶୂନ୍ୟକାଳରେ ମଧ୍ୟ ସମାନ ପ୍ରସଙ୍ଗରେ ହୋ ହଲ୍ଲା ହେବାରୁ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବି ରଖିଥିଲେ ବାଚସ୍ପତି।

Odisha Congress Odisha Assembly TAC Tribes Advisory Council
Advertisment
Advertisment