Advertisment

ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଗୁଳିମାଡ଼ରେ ଆହତ ପାକ୍‌ ଗୃହମନ୍ତ୍ରୀ

ଇସଲାମାବାଦ୍‌: ପାକିସ୍ତାନ ଗୃହମନ୍ତ୍ରୀ ଏହସାନ୍‌ ଇକ୍‌ବାଲ୍‌ଙ୍କୁ ଗୁଳିମାଡ଼। ପଞ୍ଜାବ ନରୋୱାଲ୍‌ ଅଞ୍ଚଳରେ ରାଲିକୁ ସମ୍ବୋଧନ କରୁଥିବା ବେଳେ ଅଜଣା ଆତତାୟୀ ଇକବାଲ୍‌ଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ତେବେ ଇକ୍‌ବାଲ୍‌ଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡ଼ିଛି। ‘ମୋ ବାପା ବର୍ତ୍ତମାନ ବିପଦମୁକ୍ତ’ ବୋଲି ଇକ୍‌ବାଲ୍‌ଙ୍କ ପୁଅ ଅହମଦ ଇକ୍‌ବାଲ୍‌ ସୂଚନା ଦେଇଛନ୍ତି। କିନ୍ତୁ ଏହସାନ୍‌ ଇକ୍‌ବାଲ୍‌ଙ୍କୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଆଇସିୟୁରେ ଅଭଜର୍‌ଭେସନ୍‌ରେ ରଖାଯିବ ବୋଲି ଅହମଦ କହିଛନ୍ତି। ଇକ୍‌ବାଲ୍‌ଙ୍କ ଡାହାଣ କାନ୍ଧରେ ଗୁଳି ବାଜିଥିବା ସୂଚନା ମିଳିଛି। […]

author-image
Otv Khabar Bureau
ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଗୁଳିମାଡ଼ରେ ଆହତ ପାକ୍‌ ଗୃହମନ୍ତ୍ରୀ

ahsan iqbal

ଇସଲାମାବାଦ୍‌: ପାକିସ୍ତାନ ଗୃହମନ୍ତ୍ରୀ ଏହସାନ୍‌ ଇକ୍‌ବାଲ୍‌ଙ୍କୁ ଗୁଳିମାଡ଼। ପଞ୍ଜାବ ନରୋୱାଲ୍‌ ଅଞ୍ଚଳରେ ରାଲିକୁ ସମ୍ବୋଧନ କରୁଥିବା ବେଳେ ଅଜଣା ଆତତାୟୀ ଇକବାଲ୍‌ଙ୍କ ଉପରକୁ ଗୁଳିମାଡ଼ କରିଥିଲେ।

Advertisment

ତେବେ ଇକ୍‌ବାଲ୍‌ଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ଜଣାପଡ଼ିଛି। ‘ମୋ ବାପା ବର୍ତ୍ତମାନ ବିପଦମୁକ୍ତ’ ବୋଲି ଇକ୍‌ବାଲ୍‌ଙ୍କ ପୁଅ ଅହମଦ ଇକ୍‌ବାଲ୍‌ ସୂଚନା ଦେଇଛନ୍ତି। କିନ୍ତୁ ଏହସାନ୍‌ ଇକ୍‌ବାଲ୍‌ଙ୍କୁ ୨୪ ଘଣ୍ଟା ପର୍ଯ୍ୟନ୍ତ ଆଇସିୟୁରେ ଅଭଜର୍‌ଭେସନ୍‌ରେ ରଖାଯିବ ବୋଲି ଅହମଦ କହିଛନ୍ତି।

ଇକ୍‌ବାଲ୍‌ଙ୍କ ଡାହାଣ କାନ୍ଧରେ ଗୁଳି ବାଜିଥିବା ସୂଚନା ମିଳିଛି। ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ମୁତାବକ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଏବଂ ସେ ବିପଦମୁକ୍ତ ଅଛନ୍ତି।

Advertisment

ଅନ୍ୟପପକ୍ଷରେ, ଏହି ଘଟଣା ପରେ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ। ଗତକାଲି ଇକ୍‌ବାଲ୍‌ଙ୍କ ଘର ନରୋୱାଲ୍‌ରେ ନିର୍ବାଚନ ପ୍ରଚାର କରୁଥିଲେ ସେ। ଏହି ସମୟରେ କିଛି ଆତତାୟୀ ବାଇକ୍‌ରେ ଆସି ତାଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିବା କହିଛନ୍ତି ପ୍ରତକ୍ଷ୍ୟଦର୍ଶୀ।

ତେବେ କେଉଁ କାରଣରୁ ତାଙ୍କ ଉପରକୁ ଗୁଳିମାଡ଼ ହେଲା ସେ ନେଇ କୌଣସି ଠୋସ୍ ପ୍ରମାଣ ଏବେ ସୁଦ୍ଧା ମିଳିପାରିନାହିଁ। ଘଟଣାକୁ ନେଇ ଅଧିକ ଯାଞ୍ଚ କରାଯାଉଥିବା ବେଳେ ମନ୍ତ୍ରୀଙ୍କ ଉପରକୁ ୩୦ ବୋର୍ ପିସ୍ତଲରେ ଆକ୍ରମଣ କରାଯାଇଥିବା ପୋଲିସ କହିଛି।

Pakistan Pakistan Interior Minister
Advertisment
Advertisment