/odishatv-khabar/media/post_attachments/uploadimage/library/16_9/16_9_0/Paddy-Procurement_1626431956.jpg)
Paddy Procurement
ଭୁବନେଶ୍ୱର: ଖରିଫ ଧାନ ସଂଗ୍ରହର ଉଚିତ ମୂଲ୍ୟ ନିର୍ଦ୍ଧାରଣ ପାଇଁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମ ବିଳାସ ପାଶୱାନଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
୨୦୦୩-୦୪ ବର୍ଷରେ ରାଜ୍ୟରେ ୬୦ହଜାର ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଥିବା ବେଳେ ୨୦୧୬-୧୭ବର୍ଷରେ ଏହା ବୃଦ୍ଧି ପାଇ ୫୨ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି।
ଚଳିତ ବର୍ଷ ୩୪ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ ସରିଲାଣି ଏବଂ ରବି ଧାନ ସଂଗ୍ରହ ପ୍ରକ୍ରିୟା ମେ ପହିଲାରୁ ଆରମ୍ଭ ହେଉଛି। ମାତ୍ର ବଜାରଦର ତୁଳନାରେ କେନ୍ଦ୍ର ସରକାର ଅତି କମ୍ ମୂଲ୍ୟ ନିର୍ଦ୍ଧାରଣ କରିଥିବାରୁ ରାଜ୍ୟ ପାଇଁ ଏହା ଗ୍ରହଣୀୟ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି।
ତେଣୁ ଧାନ ସଂଗ୍ରହର ଉଚିତ ମୂଲ୍ୟ ନିର୍ଦ୍ଧାରଣ ସହ ଧାନ ସଂଗ୍ରହ ପାଇଁ ଆନୁସଙ୍ଗିକ ଖର୍ଚ୍ଚ ରାଶି ବୃଦ୍ଧି କରିବାକୁ ଦାବି କରିଛନ୍ତି ନବୀନ। ଏପରିକି ଗତବର୍ଷର ମୂଲ୍ୟ ସହ ସମାନ କରିବାକୁ ସେ ଅନୁରୋଧ କରିଛନ୍ତି। ଉଚିତ ମୂଲ୍ୟ ନିର୍ଦ୍ଧାରଣରେ ବିଳମ୍ବ ହେଲେ ରବି ଧାନ ସଂଗ୍ରହରେ ଏହା ବାଧା ଆଣିପାରେ ବୋଲି ସେ କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)