/odishatv-khabar/media/post_attachments/uploadimage/library/16_9/16_9_0/bus-accident-22_1626762280.jpg)
bus accident
ହାଇଦ୍ରାବାଦ: ତେଲେଙ୍ଗାନା ଜାଗତିୟାଲ୍ରେ ମର୍ମନ୍ତୁଦ ଦୁର୍ଘଟଣା। ଏକ ସରକାରୀ ବସ୍ ଘାଟି ତଳକୁ ଖସି ପଡ଼ିବା ଫଳରେ ୬ଜଣ ଶିଶୁଙ୍କ ସମେତ ୪୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। କିଛି ଯାତ୍ରୀ ଆହତ ମଧ୍ୟ ହୋଇଛନ୍ତି। ବସ୍ରେ ୭୦ଜଣ ଯାତ୍ରୀ ଯାତ୍ରା କରୁଥିଲେ ବୋଲି ସୂଚନା ମିଳିଛି।
Advertisment
ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।
ସୂଚନା ଅନୁସାରେ, ବସ୍ଟି କୋଣ୍ଡାଗାଟ୍ଟୁରୁ ଜାଗ୍ତିୟାଲ ଅଭିମୁଖେ ଯାତ୍ରା କରୁଥିବା ସମୟରେ ସାନିଭାରପେଟ ଗ୍ରାମ ନିକଟରେ ଥିବା ଘାଟି ନିକଟରେ ଖସି ପଡ଼ିଥିଲା। ଆଜି ସକାଳ ପ୍ରାୟ ୧୧ଟା ୪୫ ମିନିଟ୍ରୁ ୧୨ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ବ୍ରେକ୍ ଫେଲ୍ ଦୁର୍ଘଟଣାର ଏକ କାରଣ ହୋଇପାରେ ବୋଲି ସନ୍ଦେହ କରାଯାଉଛି।
Advertisment
ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)