Advertisment

ବିସ୍ମୟ ନୁହେଁ ସତ୍ୟ : ଶିଶୁ କଣ୍ଠରେ କୋରାନ୍‌

ବେଙ୍ଗାଲୁରୁ : ଯେଉଁ ବୟସରେ ପିଲାମାନେ ଲେଖାପଢା ଶିଖିବା ଆରମ୍ଭ କରିଥାନ୍ତି। ସେହି ବୟସରେ ରୁକୈୟା ଖାଣ୍ଡୱାଲ୍‌ ହାଫିଜ୍‌ ହେବାକୁ ଯାଉଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ମାତ୍ର ୬ ବର୍ଷ ବୟସ ରୁକୈୟାଙ୍କର, ହେଲେ ଏଇ ଚପଳ ବୟସରେ ସେ କୋରାନ୍‌ର ଗୋଟେ ଗୋଟେ ଶବ୍ଦକୁ ମୁଖସ୍ଥ କରିଛନ୍ତି। କୋରାନ୍‌ର ସମସ୍ତ ୩୦ ଅଧ୍ୟାୟ ଓ ୬୦୪ପୃଷ୍ଠାକୁ ସେ ମନେ ରଖିପାରଛନ୍ତି। ବେଙ୍ଗାଲୁରୁର ରୁକୈୟା ଏଭଳି ଅସାଧାରଣ ଧୀଶକ୍ତିର ଅଧିକାରିଣୀ ହୋଇ ସବୁଠୁ କମ୍‌ […]

author-image
Otv Khabar Bureau
ବିସ୍ମୟ ନୁହେଁ ସତ୍ୟ : ଶିଶୁ କଣ୍ଠରେ କୋରାନ୍‌

rukaiya

ବେଙ୍ଗାଲୁରୁ : ଯେଉଁ ବୟସରେ ପିଲାମାନେ ଲେଖାପଢା ଶିଖିବା ଆରମ୍ଭ କରିଥାନ୍ତି। ସେହି ବୟସରେ ରୁକୈୟା ଖାଣ୍ଡୱାଲ୍‌ ହାଫିଜ୍‌ ହେବାକୁ ଯାଉଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ମାତ୍ର ୬ ବର୍ଷ ବୟସ ରୁକୈୟାଙ୍କର, ହେଲେ ଏଇ ଚପଳ ବୟସରେ ସେ କୋରାନ୍‌ର ଗୋଟେ ଗୋଟେ ଶବ୍ଦକୁ ମୁଖସ୍ଥ କରିଛନ୍ତି। କୋରାନ୍‌ର ସମସ୍ତ ୩୦ ଅଧ୍ୟାୟ ଓ ୬୦୪ପୃଷ୍ଠାକୁ ସେ ମନେ ରଖିପାରଛନ୍ତି।

Advertisment

ବେଙ୍ଗାଲୁରୁର ରୁକୈୟା ଏଭଳି ଅସାଧାରଣ ଧୀଶକ୍ତିର ଅଧିକାରିଣୀ ହୋଇ ସବୁଠୁ କମ୍‌ ବୟସରେ ବୋହୋରା ସଂପ୍ରଦାୟର ହାଫିଜ୍‌ ହେବାର ଗୌରବ ଅର୍ଜନ କରିଛନ୍ତି। କାରଣ ଏହି ସଂପ୍ରଦାୟର ନିୟମ ଅଛି ଯିଏ କୋରାନ୍‌ର ପ୍ରତି ଶବ୍ଦକୁ ମନେରଖିଥାନ୍ତି, ତାଙ୍କୁ ହାଫିଜ୍‌ ପଦରେ ସମ୍ମାନିତ କରାଯାଇଥାଏ।

publive-imageପ୍ରଥମ  ଶ୍ରେଣୀରେ ପଢିବାକୁ ସ୍କୁଲ୍‌ ଯିବା ପୂର୍ବରୁ ରୁକୈୟା ପ୍ରସିଦ୍ଧ ହୋଇସାରିଲେଣି। କୋରାନ୍‌କୁ ମନେରଖିପାରିଥିବାରୁ ତାଙ୍କୁ  ଗତ ୧୩ ଅପ୍ରେଲ୍‌ରେ ସମ୍ମାନିତ କରାଯାଇଛି। ତାଙ୍କର ପରିବାର ରାଜସ୍ଥାନର ବାସିନ୍ଦା ଏବଂ ସେମାନେ ୧୨ ବର୍ଷ ହେଲା ସେଠାରେ ରହିଆସୁଛନ୍ତି। ରୁକୈୟାଙ୍କର ବାପା ମୁଫଦ୍ଦଲ ଖାଣ୍ଡୱାଲ୍‌ ଜଣେ ଆଇଟି କନ୍‌ସଲଟାଣ୍ଟ ଅଟନ୍ତି। ତାଙ୍କର ୪ଟି ସନ୍ତାନ। ସେମାନଙ୍କ ମଧ୍ୟରୁ ରୁକୈୟା ୨ୟ ସନ୍ତାନ।

Advertisment

ମୁଫଦ୍ଦଲ କହିଛନ୍ତି ଏତେ କମ୍‌ ବୟସରେ  କୋରାନ୍‌କୁ  ମନେରଖିବା ସହଜ ନୁହେଁ। କିନ୍ତୁ, ରୁକୈୟା କରିଦେଖାଇଛନ୍ତି। ତାଙ୍କର ମା ତାଙ୍କୁ ମନେ ରଖିବାର ତରିକା ଶିଖେଇଛନ୍ତି। ଆଉ ତାଙ୍କର ସାହାଯ୍ୟରେ ରୁକୈୟା ଆଜି ପୁରା କୋରାନ୍‌କୁ ମନେରଖିପାରିଛି।

Bengaluru Memorised Entire Holy Quran Ruqaiyah
Advertisment
Advertisment