/odishatv-khabar/media/post_attachments/uploadimage/library/16_9/16_9_0/online_1626682072.jpg)
online
ଭୁବନେଶ୍ୱର : ଶସ୍ତାରୁ ହିନସ୍ତା। ଅନଲାଇନ ମାର୍କେଟିଂ ନାଁରେ ଲକ୍ଷଲକ୍ଷ ଟଙ୍କା ଠକେଇ। ଦାମୀ ପୋଷାକରେ ଲୋଭନୀୟ ଅଫିର ଦେଖାଇ ସୋସିଆଲ୍ ମିଡିଆରେ ଠକେଇ ଅଭିଯୋଗରେ ଅଭିଯୁକ୍ତ ଗିରଫ। ଅଭିଯୁକ୍ତଙ୍କ ନାଁ ରଶ୍ନୀ ରଂଜନ ପାଣି । ତେବେ କେମିତି ଲୋକଙ୍କୁ ଠକୁ ଥିଲେ ରଶ୍ମୀରଂଜନ ଆସନ୍ତୁ ଜାଣିବା –
ଫେସବୁକ୍ ଆକାଉଣ୍ଟ ଉପରେ ପ୍ରଥମେ ଗେଟେଓ୍ୱ ଫାଉଣ୍ଡସେନ ନାଁରେ ଫେସବୁକ ଆକାଉଣ୍ଟ ଖୋଲିଥିଲେ ରଶ୍ମୀରଂଜନ । ଏହାପରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ନାମୀଦାମୀ କମ୍ଫାନୀର ପୋଷାକ ଓ ଶାଢୀକୁ ବଜାର ମୂଲ୍ୟଠାରୁ କମ୍ ଦାମରେ ଦେବାକୁ ବିଜ୍ଞାପନ ଦେଇଥିଲେ। ଅନଲାଇନରେ ଗ୍ରାହକ ପୋଷାକ କିଣିବାକୁ ପସନ୍ଦ କଲେ ସେମାନଙ୍କୁ ଓ୍ୱାଟ୍ସ ଆପରେ ଯୋଗାଯୋଗ କରିବାକୁ ପରାମର୍ଶ ଦେଉଥିଲେ। ନିଜ ଆକାଉଣ୍ଟ ନମ୍ବରରେ ଗ୍ରାହକଙ୍କଠାରୁ ଅନଲାଇନ ମାଧ୍ୟମରେ ଟଙ୍କା ନେଉଥିଲେ।
ତେବେ ଟଙ୍କା ପାଇବା ପରେ ପୋଷାକ ଡେଲିଭେରି କରିବେ କଣ ଗ୍ରାହକଙ୍କ ଫେସବୁକ ଓ ଓ୍ୱାଟସ ଆପ୍ ଲିଙ୍କକୁ ବ୍ଲକ କରିଦେଉଥିଲେ। ନିକଟରେ ଚିରାଗ ଜୈନ ନାମକ ଜଣେ ବ୍ୟକ୍ତି ୧୫ ହଜାର ଟଙ୍କା ଠକେଇର ଶିକାର ହେବାପରେ ପୋଲିସରେ ଏତଲା ଦେଇଥିଲେ। ଏହାପରେ ପୋଲିସ ଖୋଳତାଡ କରି ଅଭିଯୁକ୍ତ ରଶ୍ମୀରଂଜନଙ୍କୁ ଗିରଫ କରିଛି।
ପ୍ରାୟ ୧୦ରୁ ଅଧିକ ଗ୍ରାହକଙ୍କଠାରୁ ୯ଲକ୍ଷ ଟଙ୍କା ଏଭଳି ଠକିଥିଲେ। ଅନ୍ ଲାଇନରେ ଠକେଇ ନଜଣା ପଡିବା ପାଇଁ ରଶ୍ମୀରଂଜନ ଭୁଲ ଠିକଣା ଦେଇଥିଲେ। ପୋଲିସ ରଶ୍ମୀକୁ ରିମାଣ୍ଡରେ ନେଇ ଅଧିକ ପଚରାଉଚୁରା କରିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)