Advertisment

ଗଞ୍ଜେଇ ବେପାରକୁ ନେଇ ଗୋଷ୍ଠୀ ସଂଘର୍ଷ; ଜଣେ ମୃତ

ନରସିଂହପୁର: ଗଞ୍ଜେଇ ବେପାରକୁ ନେଇ କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ମାଣିଆବନ୍ଧରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଲେ ବିକାଶ ସାହୁ। ଆହତ ଇନ୍ଦ୍ରମଣି ସିଠଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ନୂଆପାଟଣାରେ ଗଞ୍ଜେଇ ବେପାର କରୁଥିବା ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଉଭୟ ଗୋଷ୍ଠୀ ମାଣିଆବନ୍ଧରେ ମୁହାଁମୁହିଁ […]

author-image
Otv Khabar Bureau
ଗଞ୍ଜେଇ ବେପାରକୁ ନେଇ ଗୋଷ୍ଠୀ ସଂଘର୍ଷ; ଜଣେ ମୃତ

dead body

ନରସିଂହପୁର: ଗଞ୍ଜେଇ ବେପାରକୁ ନେଇ କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ମାଣିଆବନ୍ଧରେ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।

Advertisment

ମୃତ ବ୍ୟକ୍ତି ଜଣଙ୍କ ହେଲେ ବିକାଶ ସାହୁ। ଆହତ ଇନ୍ଦ୍ରମଣି ସିଠଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ନୂଆପାଟଣାରେ ଗଞ୍ଜେଇ ବେପାର କରୁଥିବା ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଉଭୟ ଗୋଷ୍ଠୀ ମାଣିଆବନ୍ଧରେ ମୁହାଁମୁହିଁ ହୋଇଥିଲେ। ସେଠାରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା। ଗୋଟିଏ ଗୋଷ୍ଠୀ ବୋମା ମାଡ଼ କରିଥିଲା। ଏଥିରେ ବିକାଶ ସାହୁଙ୍କୁ ଲୋକେ ଠେଙ୍ଗାରେ ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି।

Advertisment

ବିକାଶଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବଡ଼ମ୍ବା ଡାକ୍ତରଖାନା ପଠାଯାଇଛି।

ଅନ୍ୟପକ୍ଷରେ, ଏହି ଘଟଣାରେ ପୁଲିସ୍‌ ୪ ଜଣଙ୍କୁ ଗିରଫ କରିଛି।

Advertisment
Advertisment