Advertisment

କୂଅ ଭିତରକୁ ଓଲଟିଲା କାର୍ : ଚାଳକ ମୃତ

ଆଠଗଡ଼  : କୂଅ ଭିତରକୁ କାର୍ ଓଲଟିବା ଫଳରେ ଚାଳକଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ଢେଙ୍କାନାଳ ଜିଲା ଶଙ୍କରପୁର ଗାଁର ବିଶ୍ୱଜିତ୍ ସାହୁ। ଆଜି ସକାଳେ ଆଠଗଡ଼ ଥାନା ଇଚ୍ଛାପୁର ଗାଁରୁ ଜେନାପଦା ଯିବା ରାସ୍ତାରେ ବିଶ୍ୱଜିତ୍ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା କୂଅ ଭିତରେ ପଶିଯାଇଥିଲେ। ଅଧଘଣ୍ଟା ଧରି କାରଟି କୂଅ ଭିତରେ ପଡି ରହିଥିଲା। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। କୂଅ ଭିତରୁ ବିଶ୍ୱଜିତ୍‌ଙ୍କୁ ଉଦ୍ଧାର କରି […]

author-image
Otv Khabar Bureau
କୂଅ ଭିତରକୁ ଓଲଟିଲା କାର୍ : ଚାଳକ ମୃତ

car

ଆଠଗଡ଼  : କୂଅ ଭିତରକୁ କାର୍ ଓଲଟିବା ଫଳରେ ଚାଳକଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଉଛନ୍ତି ଢେଙ୍କାନାଳ ଜିଲା ଶଙ୍କରପୁର ଗାଁର ବିଶ୍ୱଜିତ୍ ସାହୁ। ଆଜି ସକାଳେ ଆଠଗଡ଼ ଥାନା ଇଚ୍ଛାପୁର ଗାଁରୁ ଜେନାପଦା ଯିବା ରାସ୍ତାରେ ବିଶ୍ୱଜିତ୍ ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା କୂଅ ଭିତରେ ପଶିଯାଇଥିଲେ।

Advertisment

ଅଧଘଣ୍ଟା ଧରି କାରଟି କୂଅ ଭିତରେ ପଡି ରହିଥିଲା। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। କୂଅ ଭିତରୁ ବିଶ୍ୱଜିତ୍‌ଙ୍କୁ ଉଦ୍ଧାର କରି ଆଠଗଡ଼ ଡାକ୍ତରଖାନାକୁ ଆଣିଥିଲେବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Athagarh
Advertisment
Advertisment