Advertisment

ଆଜି OJEE: ୮୧ କେନ୍ଦ୍ରରେ ପ୍ରାୟ ୪୮ ହଜାର ପରୀକ୍ଷାର୍ଥୀ

ଭୁବନେଶ୍ୱର: ଆଜି ଅନୁଷ୍ଠିତ ହେଉଛି ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍ଜାମିନେସନ୍‌ (ଓଜେଇଇ)। ପ୍ରାୟ ୪୮ ହଜାର ୩୧୭ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଏଥିପାଇଁ ରାଜ୍ୟର ପ୍ରମୁଖ ସହରରେ ୮୧ଟି କେନ୍ଦ୍ର ଖୋଲା ଯାଇଛି। ଭୁବନେଶ୍ୱର ଏବଂ କଟକରେ ସର୍ବାଧିକ ପରୀକ୍ଷା କେନ୍ଦ୍ର ଖୋଲାଯାଇଛି। ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ  ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ ପରୀକ୍ଷା ହେବ। OJEE ଭାରପ୍ରାପ୍ତ ଅଧ୍ୟକ୍ଷ ମନୀଷ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। […]

author-image
Otv Khabar Bureau
ଆଜି OJEE: ୮୧ କେନ୍ଦ୍ରରେ ପ୍ରାୟ ୪୮ ହଜାର ପରୀକ୍ଷାର୍ଥୀ

jee

ଭୁବନେଶ୍ୱର: ଆଜି ଅନୁଷ୍ଠିତ ହେଉଛି ଓଡ଼ିଶା ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍ଜାମିନେସନ୍‌ (ଓଜେଇଇ)। ପ୍ରାୟ ୪୮ ହଜାର ୩୧୭ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଏଥିପାଇଁ ରାଜ୍ୟର ପ୍ରମୁଖ ସହରରେ ୮୧ଟି କେନ୍ଦ୍ର ଖୋଲା ଯାଇଛି। ଭୁବନେଶ୍ୱର ଏବଂ କଟକରେ ସର୍ବାଧିକ ପରୀକ୍ଷା କେନ୍ଦ୍ର ଖୋଲାଯାଇଛି।

Advertisment

ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ପ୍ରଥମ ସିଟିଂ  ଆରମ୍ଭ ହୋଇଥିବାବେଳେ ଅପରାହ୍ନ ୨ଟାରୁ ୪ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ ପରୀକ୍ଷା ହେବ। OJEE ଭାରପ୍ରାପ୍ତ ଅଧ୍ୟକ୍ଷ ମନୀଷ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି।

ଏହି ପରୀକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। MBA, MCA, ଫାର୍ମାସି, ଲାଟେରାଲ୍ ଏଣ୍ଟ୍ରି ଇଞ୍ଜିନିୟରିଂ ଆଦି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେଉଛି।

Advertisment

ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ୍‌ ପୂର୍ବରୁ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ରିପୋଟିଂ କରିଛନ୍ତି।  ଆଡମିଟ୍ କାର୍ଡ, ପେନ୍‌ ବ୍ୟତୀତ ଅନ୍ୟ କୌଣସି ଇଲେକ୍ଟ୍ରୋନିକ୍‌ ଗେଜେଟ୍ସ୍‌ ନେବା ଉପରେ ବାରଣ କରାଯାଇଛି।

OJEE Ojee Examination
Advertisment
Advertisment