Advertisment

ରାଜ୍ୟରେ ବଢ଼ିଛି ମଦ ବିକ୍ରି

ଭୁବନେଶ୍ୱର: ରାଜ୍ୟରେ ବଢ଼ିଛି ମଦ ବିକ୍ରି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ବିୟର ବିକ୍ରି ୨୧.୧୩ ପ୍ରତିଶତ ବଢ଼ିଛି। ବିଧାନସଭାରେ କଂଗ୍ରେସ ବିଧାୟକ ନବକିଶୋର ଦାସଙ୍କ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଦେଇଛନ୍ତି ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା। କେବଳ ବିୟର ବିକ୍ରି ନୁହେଁ, ବିଦେଶୀ ମଦ ବିକ୍ରି ମଧ୍ୟ ବିଗତ ବର୍ଷ ତୁଳନାରେ ୨.୮୬ ପ୍ରତିଶତ ବଢ଼ିଛି। ଦେଶୀ ମଦ ବିକ୍ରି ବଢ଼ିଛି ୬.୮୫ ପ୍ରତିଶତ। ଗତବର୍ଷ ଦେଶୀ ମଦ ବିକ୍ରି ପୂର୍ବବର୍ଷ ତୁଳନାରେ […]

author-image
Otv Khabar Bureau
ରାଜ୍ୟରେ ବଢ଼ିଛି ମଦ ବିକ୍ରି

liquor shop

ଭୁବନେଶ୍ୱର: ରାଜ୍ୟରେ ବଢ଼ିଛି ମଦ ବିକ୍ରି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ବିୟର ବିକ୍ରି ୨୧.୧୩ ପ୍ରତିଶତ ବଢ଼ିଛି। ବିଧାନସଭାରେ କଂଗ୍ରେସ ବିଧାୟକ ନବକିଶୋର ଦାସଙ୍କ ପ୍ରଶ୍ନର ଉତ୍ତରରେ ଏହି ତଥ୍ୟ ଦେଇଛନ୍ତି ଅବକାରୀ ମନ୍ତ୍ରୀ ଶଶିଭୂଷଣ ବେହେରା।

Advertisment

କେବଳ ବିୟର ବିକ୍ରି ନୁହେଁ, ବିଦେଶୀ ମଦ ବିକ୍ରି ମଧ୍ୟ ବିଗତ ବର୍ଷ ତୁଳନାରେ ୨.୮୬ ପ୍ରତିଶତ ବଢ଼ିଛି। ଦେଶୀ ମଦ ବିକ୍ରି ବଢ଼ିଛି ୬.୮୫ ପ୍ରତିଶତ। ଗତବର୍ଷ ଦେଶୀ ମଦ ବିକ୍ରି ପୂର୍ବବର୍ଷ ତୁଳନାରେ ୪.୦୫ ପ୍ରତିଶତ ହ୍ରାସ ପାଇଥିଲା।

ରାଜ୍ୟରେ ମଦ ବିରୋଧରେ ବିଭିନ୍ନ ସମୟରେ ମହିଳାଙ୍କ ଦ୍ୱାରା ଆନ୍ଦୋଳନ ହେଉଛି। ଏପରିକି ମହିଳାମାନେ ମଦ ଦୋକାନ ଭଙ୍ଗାରୁଜା କରିବାର ଅନେକ ନଜିର ରହିଛି।

Advertisment

ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀ ପତିଙ୍କ ପ୍ରଶ୍ନର ଉତ୍ତରରେ ଅବକାରୀ ମନ୍ତ୍ରୀ ତଥ୍ୟ ପ୍ରଦାନ କରିଛନ୍ତି। ତଥ୍ୟ ମୁତାବକ ମହିଳା ଆନ୍ଦୋଳନକାରୀଙ୍କ ବିରୋଧରେ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି।

ଜଗତସିଂହପୁର ଜିଲ୍ଲାରେ ୨ଟି, ମୟୂରଭଞ୍ଜରେ ୧୮ଟି, ଅନୁଗୁଳରେ ୧୧ ଓ ବରଗଡ଼ରେ ୫ଟି ମାମଲା ମହିଳାଙ୍କ ନାମରେ ରୁଜୁ ହୋଇଛି। ଅନ୍ୟ କୌଣସି ଜିଲ୍ଲାରେ ମଦ ଦୋକାନ ଭଙ୍ଗାରୁଜା ସଂକ୍ରାନ୍ତରେ ମହିଳାମାନଙ୍କ ନାଁରେ ମାମଲା ରୁଜୁ ହୋଇ ନ ଥିବା ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିଛନ୍ତି।

Liquor Sale Growth In Liquor Sale Odisha
Advertisment
Advertisment