Advertisment

ଆଜି ଓଡ଼ିଶା ପୋଲିସ ପାଳନ କରୁଛି ୮୩ ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆଜି ଓଡ଼ିଶା ପୋଲିସ ପାଳନ କରୁଛି ୮୩ ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ କଟକରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ। ଏଥିସହ ଆୟୋଜିତ ପରେଡ଼୍‌ରେ ମିଳିତ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ଉଲ୍ଲେଖନୀୟ ସେବା ପାଇଁ କିଛି ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ବାଲେଶ୍ୱର ପୋଲିସ ଲାଇନ ପଡିଆରେ ମଧ୍ୟ […]

author-image
Otv Khabar Bureau
ଆଜି ଓଡ଼ିଶା ପୋଲିସ ପାଳନ କରୁଛି ୮୩ ତମ ପ୍ରତିଷ୍ଠା ଦିବସ

odisha police

ଭୁବନେଶ୍ୱର: ଆଜି ଓଡ଼ିଶା ପୋଲିସ ପାଳନ କରୁଛି ୮୩ ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ କଟକରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ। ଏଥିସହ ଆୟୋଜିତ ପରେଡ଼୍‌ରେ ମିଳିତ ଅଭିବାଦନ ଗ୍ରହଣ କରିଥିଲେ।

Advertisment

ଏହି ଅବସରରେ ଉଲ୍ଲେଖନୀୟ ସେବା ପାଇଁ କିଛି ପୋଲିସ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ।

ବାଲେଶ୍ୱର ପୋଲିସ ଲାଇନ ପଡିଆରେ ମଧ୍ୟ ୮୩ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଏସ୍‌ପି ବି. ଯୁଗଳ କିଶୋର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରେଡ୍ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ୬ଜଣ ପୋଲିସ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Advertisment

ସେହିପରି ରାଉରକେଲାରେ ୮୩ତମ ପୋଲିସ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏସ୍‌ପି ଉମାଶଙ୍କର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ୨୦୧୭-୧୮ ଲାଗି ରାଉରକେଲା ପୋଲିସର ଶ୍ରେଷ୍ଠ ସବ୍ ଇନିସ୍‌ପେକ୍ଟର ଭାବେ ବିକାଶ ସ୍ୱାଇଁଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଶ୍ରେଷ୍ଠ ଆସିଷ୍ଟାଣ୍ଟ ସବ୍- ଇନିସ୍‌ପେକ୍ଟର ଭାବେ ନାରାୟଣ ଦଳାଇ ପୁରସ୍କୃତ ହୋଇଥିଲେ।

Odisha Police Odisha Police Foundation Day Odisha
Advertisment
Advertisment