Advertisment

ମହିଳାଙ୍କ ଉପରେ ଅପରାଧକୁ ସରକାର ଗମ୍ଭୀରତାର ସହ ନେଉଛନ୍ତି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ମୟୂରଭଞ୍ଜ ଠାକୁରମୁଣ୍ଡାରୁ ବାଲେଶ୍ୱରର ନୀଳଗିରି, ଭୁବନେଶ୍ୱରରୁ ଭବାନୀପାଟଣା। ପ୍ରତିଦିନ କେଉଁଠି ନା କେଉଁଠି ଦୁଷ୍କର୍ମର ଶିକାର ହେଉଛନ୍ତି କୁନିଝିଅ। ଭବାନୀପାଟଣାର ଷଷ୍ଠ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାକୁ ୨ ଦିନ ଧରି ଦୁଷ୍କର୍ମ କରିବା ପରେ ରାସ୍ତାରେ ଛାଡ଼ି ଚାଲିଯାଇଥିଲା ସଂପର୍କୀୟ ଭିଣୋଇ। ରାଜ୍ୟରେ ନାବାଳିକାଙ୍କ ପ୍ରତି ବଢ଼ିଚାଲିଥିବା ଏ ଅତ୍ୟାଚାରକୁ ନେଇ ଆଜି ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ମୁଲତବୀ ଆଲୋଚନା ବେଳେ ବିରୋଧୀ ଅଭିଯୋଗ କରିଛନ୍ତି। ରାଜ୍ୟରେ ପ୍ରତିଦିନ ୬ ଜଣ […]

author-image
Otv Khabar Bureau
ମହିଳାଙ୍କ ଉପରେ ଅପରାଧକୁ ସରକାର ଗମ୍ଭୀରତାର ସହ ନେଉଛନ୍ତି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

naveen

ଭୁବନେଶ୍ୱର : ମୟୂରଭଞ୍ଜ ଠାକୁରମୁଣ୍ଡାରୁ ବାଲେଶ୍ୱରର ନୀଳଗିରି, ଭୁବନେଶ୍ୱରରୁ ଭବାନୀପାଟଣା। ପ୍ରତିଦିନ କେଉଁଠି ନା କେଉଁଠି ଦୁଷ୍କର୍ମର ଶିକାର ହେଉଛନ୍ତି କୁନିଝିଅ। ଭବାନୀପାଟଣାର ଷଷ୍ଠ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାକୁ ୨ ଦିନ ଧରି ଦୁଷ୍କର୍ମ କରିବା ପରେ ରାସ୍ତାରେ ଛାଡ଼ି ଚାଲିଯାଇଥିଲା ସଂପର୍କୀୟ ଭିଣୋଇ। ରାଜ୍ୟରେ ନାବାଳିକାଙ୍କ ପ୍ରତି ବଢ଼ିଚାଲିଥିବା ଏ ଅତ୍ୟାଚାରକୁ ନେଇ ଆଜି ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ମୁଲତବୀ ଆଲୋଚନା ବେଳେ ବିରୋଧୀ ଅଭିଯୋଗ କରିଛନ୍ତି।

Advertisment

publive-imageରାଜ୍ୟରେ ପ୍ରତିଦିନ ୬ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି।ହେଲେ ଦଣ୍ଡବିଧାନ ହେଉଛି ବର୍ଷକୁ ମାତ୍ର ୬ ଜଣ ଅଭିଯୁକ୍ତଙ୍କୁ। ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣା ବି ବଢ଼ିବାରେ ଲାଗିଛି। ଆଦିବାସୀ ଇଲାକାର ଆବାସିକ ସ୍କୁଲରେ ବି ଛାତ୍ରୀଟିଏ ସୁରକ୍ଷିତ ନୁହେଁ। ଥାନାରେ ଅଭିଯୋଗ କରିବାକୁ ଗଲେ ଦଳୀୟ ଭିତ୍ତିରେ ଏତଲା ରଖୁଛି ପୋଲିସ୍। ବିଗିଡିଯାଇଥିବା ଆଇନଶୃଙ୍ଖଳା ପରିସ୍ଥିତିର କଥା ରଖି ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଥିଲେ ବିରୋଧୀ ଦଳ ନେତା।

ସମ୍ବେଦନଶୀଳ ପ୍ରସଙ୍ଗରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ଗୃହରେ ଉପସ୍ଥିତ ନ ରହି ଅଫିସର ଦେଉଥିବା କାଗଜ ପଢୁଛନ୍ତି ବୋଲି ଅଭିଯୋଗ କରି ବର୍ଷିଥିଲେ ନରସିଂହ।

Advertisment

ଜବାବରେ ମୁଖ୍ୟମନ୍ତ୍ରୀ କହିଥିଲେ ମହିଳା, ଶିଶୁ ଓ ଦୁର୍ବଳବର୍ଗର ଲୋକଙ୍କ ସୁରକ୍ଷା ତାଙ୍କ ସରକାରଙ୍କ ପ୍ରାଥମିକତା ରହିଛି। ମହିଳାଙ୍କ ଉପରେ ଅତ୍ୟାଚାର ଅଭିଯୋଗକୁ ଗୁରୁତର ସହ ନିଆଯାଇଛି। ୨୦୧୫ ତୁଳନାରେ ଦୁଷ୍କର୍ମ ମାମଲା କମିଛି ବୋଲି କହିଥିଲେ ଶାସକଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ। ୨୦୧୫ରେ ୨୨୮୬ ଜଣ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ଆସିଥିବା ବେଳେ ୨୦୧୭ରେ ଏହା କମି ୨୨୨୧ରେ ସୀମିତ ଥିଲା ବୋଲି ତଥ୍ୟ ରଖିଥିଲେ ମୁଖ୍ୟ ସଚେତକ।

ତେବେ ନାବାଳିକା ବଳାତ୍କାରୀଙ୍କ ପାଇଁ ଫାଶି ଦଣ୍ଡ ସପକ୍ଷରେ ଉଭୟ ଶାସକ ଓ ବିରୋଧୀ ବିଧାୟକଙ୍କ ସ୍ୱର ଏକ ଥିଲା।

Crime Against Women Odisha Assembly Rise In Rape In Minor Girls
Advertisment
Advertisment