Advertisment

ଉଦଘାଟନ ହେବ ଗୁରୁପ୍ରିୟା ସେତୁ

ମାଲକାନଗିରି  : ମାଲକାନଗିରି ବିଚ୍ଛିନ୍ନାଞ୍ଚଳବାସୀଙ୍କ ବହୁ ଦିନର ସ୍ୱପ୍ନ ପୂରଣ ହେବ। ଆସନ୍ତା ମାସରେ ଉଦଘାଟନ ହେବ ଗୁରୁପ୍ରିୟା ସେତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେତୁର ଉଦଘାଟନ କରିବେ ବୋଲି ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲିକ। ଆଜି ମୁଖ୍ୟମନ୍ତ୍ରୀ ପୂର୍ତ୍ତ ବିଭାଗର ସମୀକ୍ଷା କରିବା ପରେ ସେ ଏହି ସୂଚନା ଦେଇଛନ୍ତି। ରାଜ୍ୟର ମୂଳ ଭୂଖଣ୍ଡ ସହିତ ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରିବ ଗୁରୁପ୍ରିୟା ସେତୁ। ଏହା ଫଳରେ ବିଚ୍ଛିନ୍ନାଞ୍ଚଳବାସୀଙ୍କ ପାଇଁ ଗମନାଗମନର ସୁବିଧା […]

author-image
Otv Khabar Bureau
ଉଦଘାଟନ ହେବ ଗୁରୁପ୍ରିୟା ସେତୁ

gurupriya

ମାଲକାନଗିରି  : ମାଲକାନଗିରି ବିଚ୍ଛିନ୍ନାଞ୍ଚଳବାସୀଙ୍କ ବହୁ ଦିନର ସ୍ୱପ୍ନ ପୂରଣ ହେବ। ଆସନ୍ତା ମାସରେ ଉଦଘାଟନ ହେବ ଗୁରୁପ୍ରିୟା ସେତୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସେତୁର ଉଦଘାଟନ କରିବେ ବୋଲି ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲିକ।

Advertisment

ଆଜି ମୁଖ୍ୟମନ୍ତ୍ରୀ ପୂର୍ତ୍ତ ବିଭାଗର ସମୀକ୍ଷା କରିବା ପରେ ସେ ଏହି ସୂଚନା ଦେଇଛନ୍ତି। ରାଜ୍ୟର ମୂଳ ଭୂଖଣ୍ଡ ସହିତ ବିଚ୍ଛିନ୍ନାଞ୍ଚଳକୁ ସଂଯୋଗ କରିବ ଗୁରୁପ୍ରିୟା ସେତୁ। ଏହା ଫଳରେ ବିଚ୍ଛିନ୍ନାଞ୍ଚଳବାସୀଙ୍କ ପାଇଁ ଗମନାଗମନର ସୁବିଧା ହେବା ସହିତ ସେହି ଅଞ୍ଚଳରେ ବିକାଶ ପହଞ୍ଚି ପାରିବ ବୋଲି ଆଶା କରାଯାଇଛି।

ବାଲିମେଳା ଜଳ ବିତ୍ୟୁତ ପ୍ରକଳ୍ପ ହେବା ପରେ ଚିତ୍ରକୋଣ୍ଡା ଜଳଭଣ୍ଡାର ଯୋଗୁଁ ୧୫୦ରୁ ଅଧିକ ଗାଁ ବିଚ୍ଛିନ୍ନ ହୋଇପଡ଼ିଥିଲା। ୯୧୦ ମିଟର ଲମ୍ବର ଏହି ସେତୁ ନିର୍ମାଣ ପାଇଁ ପ୍ରାୟ ଦୁଇ ଶହ କୋଟି ଟଙ୍କାର ବଜେଟ ହୋଇଥିଲା। ସେତୁ ହେବା ଦ୍ୱାରା ପ୍ରାୟ ଦେଢ଼ ଶହ ଗାଁର ୩୦ ହଜାର ଲୋକ ଉପକୃତ ହେବେ।

Advertisment

୧୯୮୨ ମସିହାରେ ସେତୁ ନିର୍ମାଣର ଶୁଭ ଦିଆଯାଇଥିବା ବେଳେ ବିଭିନ୍ନ କାରଣରୁ ଏହା ବହୁତ ବିଳମ୍ବ ହୋଇଛି। ବିଶେଷ କରି ମାଓବାଦୀମାନେ ଅନେକ ବାଧା ସୃଷ୍ଟି କରିଥିଲେ। କଣ୍ଟ୍ରାକ୍ଟରଙ୍କୁ କାମ କରିବାକୁ ଦେଉନଥିଲା ଲାଲବାହିନୀ। ଶେଷରେ ସୁରକ୍ଷାକର୍ମୀ ନିୟୋଜିତ କରାଯାଇଥିଲା। ସେତୁ ହେବା ଦ୍ୱାରା ମାଓବାଦ ସମସ୍ୟା ମଧ୍ୟ ହ୍ରାସ ପାଇବ। କାରଣ ବିଚ୍ଛିନ୍ନାଞ୍ଚଳକୁ ନିଜର ଗଡ଼ କରିଥିଲେ ମାଓବାଦୀମାନେ।

କାମ ସଂପୂର୍ଣ୍ଣ କରିବାର ଡେଡ୍ ଲାଇନ ଅନେକ ଥର ଘୁଞ୍ଚିବା ପରେ ଶେଷରେ ଆସନ୍ତା ଜୁନରେ ଗୁରୁପ୍ରିୟା ସେତୁର ଶୁଭାରମ୍ଭ ହେବ ବୋଲି ମନ୍ତ୍ରୀ ଜଣାଇଛନ୍ତି।

Odisha CM Inaugurate Gurupriya Bridge Malkangiri
Advertisment
Advertisment