Advertisment

ଗୁଣପୁର GIETକୁ ମିଳିବ ବିଶ୍ୱବିଦ୍ୟାଳୟ ମାନ୍ୟତା

ଭୁବନେଶ୍ୱର: ଗୁଣପୁର GIETକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରସ୍ତାବକୁ ମିଳିଛି କ୍ୟାବିନେଟ ମୋହର। ଏନେଇ ଗତକାଲି ବସିଥିବା ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ କ୍ୟାବିନେଟ୍‌ରେ ବସିଥିବା ବୈଠକରେ ୫ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ପୂର୍ବତନ ବିଧାୟକମାନଙ୍କ ବୀମା ଓ ସ୍ୱାସ୍ଥ୍ୟ ଭତ୍ତା ବୃଦ୍ଧି ପ୍ରସ୍ତାବକୁ ମୋହର ମାରିଛି କ୍ୟାବିନେଟ୍।  ସେହିପରି ସେମାନଙ୍କ ବୀମା ୨ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।  ତା’ସହ ସେମାନଙ୍କ ମେଡିକାଲ ଭତ୍ତା ମାସିକ ୨ ହଜାର ଟଙ୍କା ପର୍ଯ୍ୟନ୍ତ […]

author-image
Otv Khabar Bureau
ଗୁଣପୁର GIETକୁ ମିଳିବ ବିଶ୍ୱବିଦ୍ୟାଳୟ ମାନ୍ୟତା

giet

ଭୁବନେଶ୍ୱର: ଗୁଣପୁର GIETକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରସ୍ତାବକୁ ମିଳିଛି କ୍ୟାବିନେଟ ମୋହର। ଏନେଇ ଗତକାଲି ବସିଥିବା ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।

Advertisment

ରାଜ୍ୟ କ୍ୟାବିନେଟ୍‌ରେ ବସିଥିବା ବୈଠକରେ ୫ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ପୂର୍ବତନ ବିଧାୟକମାନଙ୍କ ବୀମା ଓ ସ୍ୱାସ୍ଥ୍ୟ ଭତ୍ତା ବୃଦ୍ଧି ପ୍ରସ୍ତାବକୁ ମୋହର ମାରିଛି କ୍ୟାବିନେଟ୍।  ସେହିପରି ସେମାନଙ୍କ ବୀମା ୨ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।  ତା’ସହ ସେମାନଙ୍କ ମେଡିକାଲ ଭତ୍ତା ମାସିକ ୨ ହଜାର ଟଙ୍କା ପର୍ଯ୍ୟନ୍ତ ନେଇ ପାରିବେ।

ଏଥିସହ ଫରେଷ୍ଟରମାନଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୩ (ବିଜ୍ଞାନ)କୁ ବୃଦ୍ଧି କରାଯାଇଛି।

Advertisment

ବେଲପାହାଡ଼,ଝାରସୁଗୁଡ଼ାରେ ଭୂତଳ ଜଳସେଚନ ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି।  ସମବାୟ ସମିତି ପ୍ରାଥମିକ ସଦସ୍ୟଙ୍କ ଠାରୁ ଫି ଆଦାୟ ହେବନି ବୋଲି ମଧ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଛି।

ଗତକାଲି ସଚିବାଳୟରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ।

Odisha Odisha Cabinet Giet Gunour
Advertisment
Advertisment