Advertisment

ମାଉଣ୍ଟ ଏଭେରେଷ୍ଟ ଅଭିଯାନରେ ଓଡିଆ ଝିଅ ସ୍ୱର୍ଣ୍ଣଲତା

ଭୁବନେଶ୍ୱର: ମାଉଣ୍ଟ ଏଭେରେଷ୍ଟ ଅଭିଯାନରେ ଓଡିଆ ଝିଅ ସ୍ୱର୍ଣ୍ଣଲତା ଦଳେଇ।  ଟାଟା ଷ୍ଟିଲ୍ ଆଡଭେଂଚର ଫାଉଣ୍ଡେସନ ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ ତାଙ୍କୁ ଚୟନ କରାଯାଇଛି। ୨୦ ବର୍ଷୀୟ ସ୍ୱର୍ଣ୍ଣଲତାଙ୍କ ଘର ଓଡ଼ିଶାର କଳିଙ୍ଗନଗରରେ। ମାଉଣ୍ଟ ଏଭେରେଷ୍ଟ ଅଭିଯାନରେ ସାମିଲ ନେଇ ସେ ଖୁସି ବ୍ୟକ୍ତ କରିବା ସହ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ତାଙ୍କ ଉପରେ ଭରସା ଓ ଆତ୍ମବିଶ୍ୱାସ ରଖି ତାଙ୍କୁ ଚୟନ କରି ଏକ ସୁଯୋଗ ଦେଇଥିବାରୁ ସେ ଟାଟା ଷ୍ଟିଲ୍ ଓ […]

author-image
Otv Khabar Bureau
ମାଉଣ୍ଟ ଏଭେରେଷ୍ଟ ଅଭିଯାନରେ ଓଡିଆ ଝିଅ ସ୍ୱର୍ଣ୍ଣଲତା

swarnalata dalai

ଭୁବନେଶ୍ୱର: ମାଉଣ୍ଟ ଏଭେରେଷ୍ଟ ଅଭିଯାନରେ ଓଡିଆ ଝିଅ ସ୍ୱର୍ଣ୍ଣଲତା ଦଳେଇ।  ଟାଟା ଷ୍ଟିଲ୍ ଆଡଭେଂଚର ଫାଉଣ୍ଡେସନ ପ୍ରାୟୋଜିତ ଏହି କାର୍ଯ୍ୟକ୍ରମରେ ତାଙ୍କୁ ଚୟନ କରାଯାଇଛି।

Advertisment

୨୦ ବର୍ଷୀୟ ସ୍ୱର୍ଣ୍ଣଲତାଙ୍କ ଘର ଓଡ଼ିଶାର କଳିଙ୍ଗନଗରରେ।

ମାଉଣ୍ଟ ଏଭେରେଷ୍ଟ ଅଭିଯାନରେ ସାମିଲ ନେଇ ସେ ଖୁସି ବ୍ୟକ୍ତ କରିବା ସହ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ତାଙ୍କ ଉପରେ ଭରସା ଓ ଆତ୍ମବିଶ୍ୱାସ ରଖି ତାଙ୍କୁ ଚୟନ କରି ଏକ ସୁଯୋଗ ଦେଇଥିବାରୁ ସେ ଟାଟା ଷ୍ଟିଲ୍ ଓ ଟାଟା ଷ୍ଟିଲ୍ ଆଡଭେଂଚର ଫାଉଣ୍ଡେସନକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ସ୍ୱର୍ଣ୍ଣଲତାଙ୍କ ମାଉଣ୍ଟ ଏଭେରେଷ୍ଟ ଅଭିଯାନ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛି।

ସ୍ୱର୍ଣ୍ଣଲତାଙ୍କ ସହ ଉତ୍ତରାଖଣ୍ଡର ପୁନମ୍ ଓ ସନ୍ଦୀପ ଟୋଲିଆ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ମାର୍ଚ୍ଚ ୨୭ ତାରିଖରେ ଦିଲ୍ଲୀରୁ କାଠମାଣ୍ଡୁ ଅଭିମୁଖେ ଏହି ତିନିଜଣ ସେମାନଙ୍କର ମାଉଣ୍ଟ ଏଭେରେଷ୍ଟ ଅଭିଯାନରେ ବାହାରିବେ।

Advertisment

ଅନ୍ୟପକ୍ଷରେ ସ୍ୱର୍ଣ୍ଣଲତାଙ୍କ ମାଉଣ୍ଟ ଏଭେରେଷ୍ଟ ଅଭିଯାନକୁ ନେଇ ଗର୍ବିତ ବୋଲି କହିଛନ୍ତି କ୍ରୀଡା ଓ ଯୁବ ସେବା ବିଭାଗ ସଚିବ ଚଂଚଲ ରାନା।

Mount Everest Odia Girl Swarnalata Dalai Swarnalata Dalai Tata Steel Adventure Foundation
Advertisment
Advertisment