Advertisment

ମାଉଣ୍ଟ ଏଭରେଷ୍ଟ ଚଢ଼ିବେ ଓଡ଼ିଆ ଝିଅ ସ୍ୱର୍ଣ୍ଣଲତା

ଭୁବନେଶ୍ୱର: ମିଶନ୍ ଏଭରେଷ୍ଟ ପାଇଁ ପ୍ରସ୍ତୁତ ଓଡ଼ିଆ ଝିଅ ସ୍ୱର୍ଣ୍ଣଲତା ଦଳେଇ। ପୃଥିବୀର ଏହି ଉଚ୍ଚତ୍ତମ ଗିରିଶୃଙ୍ଗ ଆରୋହଣ ପାଇଁ ଆସନ୍ତା  ୨୭ ତାରିଖରୁ ଦିଲ୍ଲୀରୁ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରିବେ ସ୍ୱର୍ଣ୍ଣଲତା। ଏଥିପାଇଁ ସ୍ୱର୍ଣ୍ଣଲତାଙ୍କ ଗାଁ ଯାଜପୁର ଜିଲ୍ଲା ଜଗାଡ଼ିହରେ ଏବେ ଖୁସିର ଲହରୀ। ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଜଗାଡିହ ଗାଁର ସ୍ୱର୍ଣ୍ଣଲତା ଦଳେଇ।  ଗାଁରେ ଏବେ ସ୍ୱର୍ଣ୍ଣଲତାଙ୍କୁ ନେଇ ଢେର୍ ଚର୍ଚ୍ଚା। ୨୦ ବର୍ଷିୟା ସ୍ୱର୍ଣ୍ଣଲତା, ଏବେ ଏଭେରେଷ୍ଟ ଚଢ଼ିବାକୁ ଯାଉଛନ୍ତି। ଟାଟା […]

author-image
Otv Khabar Bureau
ମାଉଣ୍ଟ ଏଭରେଷ୍ଟ ଚଢ଼ିବେ ଓଡ଼ିଆ ଝିଅ ସ୍ୱର୍ଣ୍ଣଲତା

Swarnalata Dalai

ଭୁବନେଶ୍ୱର: ମିଶନ୍ ଏଭରେଷ୍ଟ ପାଇଁ ପ୍ରସ୍ତୁତ ଓଡ଼ିଆ ଝିଅ ସ୍ୱର୍ଣ୍ଣଲତା ଦଳେଇ। ପୃଥିବୀର ଏହି ଉଚ୍ଚତ୍ତମ ଗିରିଶୃଙ୍ଗ ଆରୋହଣ ପାଇଁ ଆସନ୍ତା  ୨୭ ତାରିଖରୁ ଦିଲ୍ଲୀରୁ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରିବେ ସ୍ୱର୍ଣ୍ଣଲତା। ଏଥିପାଇଁ ସ୍ୱର୍ଣ୍ଣଲତାଙ୍କ ଗାଁ ଯାଜପୁର ଜିଲ୍ଲା ଜଗାଡ଼ିହରେ ଏବେ ଖୁସିର ଲହରୀ।

Advertisment

ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଜଗାଡିହ ଗାଁର ସ୍ୱର୍ଣ୍ଣଲତା ଦଳେଇ।  ଗାଁରେ ଏବେ ସ୍ୱର୍ଣ୍ଣଲତାଙ୍କୁ ନେଇ ଢେର୍ ଚର୍ଚ୍ଚା। ୨୦ ବର୍ଷିୟା ସ୍ୱର୍ଣ୍ଣଲତା, ଏବେ ଏଭେରେଷ୍ଟ ଚଢ଼ିବାକୁ ଯାଉଛନ୍ତି। ଟାଟା ଆଡଭେଞ୍ଚରର୍ସ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏକ କ୍ୟାମ୍ପରେ ଏଭରେଷ୍ଟ ପର୍ବତାରୋହଣ ପାଇଁ ମନୋନୀତ ହୋଇଛନ୍ତି ସ୍ୱର୍ଣ୍ଣଲତା।

ଏହି କ୍ୟାମ୍ପରେ ଭାରତରୁ ତିନିଜଣ ଅଂଶଗ୍ରହଣ କରୁଥିବା ବେଳେ ସେଥିରେ ସ୍ୱର୍ଣ୍ଣଲତା ହେଉଛନ୍ତି ଏକମାତ୍ର ଓଡ଼ିଆ। ଏଥିପାଇଁ ସେ ଆସନ୍ତା ୨୭ ତାରିଖରୁ ଦିଲ୍ଲୀରୁ କାଠମାଣ୍ଡୁ ଅଭିମୁଖେ ଯାତ୍ରା କରିବେ।

Advertisment

ଛୋଟବେଳୁ ଦୁଃସାହସିକ କ୍ରୀଡ଼ା ପ୍ରତି ସ୍ୱର୍ଣ୍ଣଲତାଙ୍କର ବିଶେଷ ଆଗ୍ରହ ରହିଆସିଛି। ପର୍ବତାରୋହଣ ସଂପର୍କରେ ସେ ଟିଭିରୁ ବିଭିନ୍ନ କାର୍ଯ୍ୟକ୍ରମ ଦେଖିବାପରେ ପ୍ରଭାବିତ ହୋଇଥିଲେ।

ଯୁକ୍ତ ୩ର ଛାତ୍ରୀ ସ୍ୱର୍ଣ୍ଣଲତା ପୂର୍ବରୁ ବିଜୁ ପଟ୍ଟନାୟକ ହିମାଳୟାନ ଏକ୍ସପେଡିସନ ଅଧିନରେ ରୁଦୁଗଇରା ସମେତ ଅନେକ ଉଚ୍ଚତମ ଶୃଙ୍ଗ ଚଢି ସଫଳତା ହାସଲ କରିଛନ୍ତି।  ଭାରତର ପ୍ରଥମ ମହିଳା ଏଭରେଷ୍ଟ ଆରୋହଣକାରୀ ବୈଛନ୍ଦ୍ରୀ ପାଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେ ଏଭରେଷ୍ଟ ଆରୋହଣ ପାଇଁ ଲକ୍ଷ୍ୟ ରଖିଛନ୍ତି।

Odisha Mount Everest Odia Girl Swarnalata Dalai Mission Everest Mission Everest 2018 Odia Girl In Mission Everest
Advertisment
Advertisment