Advertisment

ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିବେ ଓଡ଼ିଆ ଝିଅ ଶ୍ରୁତିକ୍ଷା

ଭୁବନେଶ୍ୱର: ଓଡ଼ିଆ ଝିଅଙ୍କ କମାଲ୍। ଫେମିନା ମିସ୍ ଇଣ୍ଡିଆ ଓଡ଼ିଶା ୨୦୧୮ ଟାଇଟଲ୍ ହାସଲ କଲେ ଓଡ଼ିଆ ଝିଅ ଶ୍ରୁତିକ୍ଷା ନାୟକ। କେବଳ ଏତିକି ନୁହେଁ ଶ୍ରୁତିକ୍ଷା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ମଧ୍ୟ ପ୍ରତିନିଧିତ୍ୱ କରିବେ। ଯାହାକି ଓଡ଼ିଶା ପାଇଁ ଗର୍ବ ଓ ଗୌରବର କଥା। ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଶ୍ରୁତିକ୍ଷାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। କୋଲକାତାରେ ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ୨ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ […]

author-image
Otv Khabar Bureau
ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ପ୍ରତିନିଧିତ୍ୱ କରିବେ ଓଡ଼ିଆ ଝିଅ ଶ୍ରୁତିକ୍ଷା

femina miss odisha

ଭୁବନେଶ୍ୱର: ଓଡ଼ିଆ ଝିଅଙ୍କ କମାଲ୍। ଫେମିନା ମିସ୍ ଇଣ୍ଡିଆ ଓଡ଼ିଶା ୨୦୧୮ ଟାଇଟଲ୍ ହାସଲ କଲେ ଓଡ଼ିଆ ଝିଅ ଶ୍ରୁତିକ୍ଷା ନାୟକ। କେବଳ ଏତିକି ନୁହେଁ ଶ୍ରୁତିକ୍ଷା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଓଡ଼ିଶା ପାଇଁ ମଧ୍ୟ ପ୍ରତିନିଧିତ୍ୱ କରିବେ। ଯାହାକି ଓଡ଼ିଶା ପାଇଁ ଗର୍ବ ଓ ଗୌରବର କଥା।

Advertisment

ଆଜି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ପରେ ଶ୍ରୁତିକ୍ଷାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି।

publive-image

କୋଲକାତାରେ ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ୨ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଶ୍ରୁତିକ୍ଷା ମନୋନୀତ ହୋଇଛନ୍ତି। ଏହି ସଫଳତାରେ ଶ୍ରୁତିକ୍ଷା ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହ ସଫଳତାର ଶ୍ରେୟକୁ ସେ ତାଙ୍କ ପିତାମାତା, ଓଡ଼ିଶା ବାସୀ ଓ ସମ୍ପର୍କୀୟଙ୍କୁ ଦେଇଛନ୍ତି। ଏଥିସହ ସେ ସମସ୍ତଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

Advertisment

ତେବେ ଆଗକୁ ହେବାକୁ ଥିବା ମିସ୍ ଇଣ୍ଡିଆ ପ୍ରତିଯୋଗିତା ପାଇଁ ଅଧିକରୁ ଅଧିକ ପରିଶ୍ରମ କରିବା ସହ ବିଜୟ ହାସଲ କରି ପୁଣିଥରେ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ଶ୍ରୁତିକ୍ଷା।

publive-image

ମାର୍ଚ୍ଚ ୨୨ରେ କୋଲକାତାରେ ଅନୁଷ୍ଠିତ fbb Colors Femina East 2018ରେ ୧୩ଟି ରାଜ୍ୟର ଫାଇନାଲିଷ୍ଟଙ୍କ ନାଁ ଘୋଷଣା କରାଯାଇଥିଲା। ଯେଉଁଠି ଶ୍ରୁତିକ୍ଷା ଫେମିନା ମିସ୍ ଇଣ୍ଡିଆ ଓଡ଼ିଶା ୨୦୧୮ଟାଇଟଲ୍ ହାସଲ କରିଥିଲେ।

publive-image

୨୦ବର୍ଷୀୟ ଶ୍ରୁତିକ୍ଷା ଜଣେ ଭଲ ଡ଼୍ୟାନ୍ସର ସହ ଫିଟନେସ୍ ମଡ଼େଲ୍ ମଧ୍ୟ। ବର୍ତ୍ତମାନ ସେ କିଟ୍ ୟୁନିଭର୍ସଟିରେ Mass Mediaରେ ଡ଼ିଗ୍ରୀ ପଢ଼ୁଛନ୍ତି। ସୂଚନାଥାଉ କି, ଗତ ବର୍ଷ ଖ୍ରୀଷ୍ଟିନା ବିଜୁ ଓଡ଼ିଶାରୁ fbb Colors Femina 2017 ଟାଇଟଲ୍ ହାସଲ କରିଥିଲେ।

Miss India Fbb Colors Femina 2018 Fbb Colors Femina East 2018 Miss India 2018 Miss India Odisha 2018 Shrutiksha Nayak
Advertisment
Advertisment