Advertisment

କେରଳରେ ଓଡ଼ିଆ ଠିକାଦାରଙ୍କୁ ହତ୍ୟା

କେନ୍ଦ୍ରାପଡ଼ା  : କେରଳରେ ଓଡ଼ିଆ ଠିକାଦାରଙ୍କୁ ହତ୍ୟା ଅଭିଯୋଗ। ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି ପରିବାର ଲୋକେ। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ପେଣ୍ଠ ଗାଁର ପ୍ରଭାକାର ଦାସ ୧୦ ବର୍ଷ ହେବ କେରଳର କନ୍ନୁର ଜିଲ୍ଲାରେ ପରିବାର ସହ ରହି ଆସୁଥିଲେ। ସେଠାରେ ସେ ଠିକାଦାର କାମ କରିବା ସହ ଗ୍ରୋସରୀ ଦୋକାନ ଦେଇଥିଲେ। ଅଭିଯୋଗ ଅନୁସାରେ ଗତ ଶନିବାର ପ୍ରଭାକର ଠିକାଦାରୀ କରୁଥିବା କଂପାନୀରୁ ପ୍ରାୟ ୫ ଲକ୍ଷ ଟଙ୍କା […]

author-image
Otv Khabar Bureau
କେରଳରେ ଓଡ଼ିଆ ଠିକାଦାରଙ୍କୁ ହତ୍ୟା

kerla

କେନ୍ଦ୍ରାପଡ଼ା  : କେରଳରେ ଓଡ଼ିଆ ଠିକାଦାରଙ୍କୁ ହତ୍ୟା ଅଭିଯୋଗ। ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି ପରିବାର ଲୋକେ। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ପେଣ୍ଠ ଗାଁର ପ୍ରଭାକାର ଦାସ ୧୦ ବର୍ଷ ହେବ କେରଳର କନ୍ନୁର ଜିଲ୍ଲାରେ ପରିବାର ସହ ରହି ଆସୁଥିଲେ। ସେଠାରେ ସେ ଠିକାଦାର କାମ କରିବା ସହ ଗ୍ରୋସରୀ ଦୋକାନ ଦେଇଥିଲେ।

Advertisment

ଅଭିଯୋଗ ଅନୁସାରେ ଗତ ଶନିବାର ପ୍ରଭାକର ଠିକାଦାରୀ କରୁଥିବା କଂପାନୀରୁ ପ୍ରାୟ ୫ ଲକ୍ଷ ଟଙ୍କା ପେମେଣ୍ଟ ନେଇ ଘରକୁ ଫେରିଥିଲେ। କିନ୍ତୁ ଏହି ସମୟରେ କିଛି ଦୁର୍ବୃତ୍ତ ମୁହଁରେ କଳାକପଡ଼ା ବାନ୍ଧି ପ୍ରଭାକରଙ୍କ ଘରେ ପଶିଥିଲେ। ପ୍ରଭାକରଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବା ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ପ୍ରଭାକରଙ୍କ ପତ୍ନୀ ବି ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ। ପରେ ପ୍ରଭାକରଙ୍କ ଭାଇ ଘରକୁ ଆସି ସବୁ ଦେଖିବା ପରେ ଅନ୍ୟମାନଙ୍କୁ ଖବର ଦେଇଥିଲେ। ପୁଅର ମୃତ୍ୟୁ ଖବର ଶୁଣି ମା ଆଖିରେ ଲୁହ। ପ୍ରଭାକର ଘରର ଏକମାତ୍ର ରୋଜଗାରକ୍ଷମ ପୁଅ ଥିବାରୁ ହତ୍ୟାକାରୀଙ୍କୁ ଧରିବା ପାଇଁ ସେ ଦାବି କରିଛନ୍ତି।

Advertisment
Advertisment
Advertisment