/odishatv-khabar/media/post_attachments/uploadimage/library/16_9/16_9_0/bbsr_1626504482.jpg)
bbsr
ଭୁବନେଶ୍ୱର : ମାତ୍ର ଏକ ବର୍ଷରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦ୍ୱିଗୁ୍ଣିତ ହୋଇଛି ବିମାନ ସେବା। ବିମାନଯାତ୍ରୀ ଅଭିବୃଦ୍ଧି ତାଲିକାରେ ମଧ୍ୟ ଅନ୍ୟ ବିମାନ ବନ୍ଦରଗୁଡିକୁ ପଛରେ ପକାଇଦେଇଛି ଏହି ବିମାନବନ୍ଦର।
Advertisment
ପୂର୍ବରୁ ଭୁବନେଶ୍ୱର ବିମାନ ବନ୍ଦରକୁ ୨୪ଟି ବିମାନ ଯାତାୟତ କରୁଥିବାବେଳେ ମାତ୍ର ଏକ ବର୍ଷ ମଧ୍ୟରେ ଏହା ବୃଦ୍ଧି ଘଟି ୪୩ରେ ପହଞ୍ଚିଛି। ସେହିପରି ଏକ ବର୍ଷରେ ୩୯ ଦଶମିକ ୪ ପ୍ରତିଶତ ଯାତ୍ରୀ ସଂଖ୍ୟା ବୃଦ୍ଧି ପାଇଛି।
୨୦୧୬-୧୭ରେ ବିମାନଯୋଗେ ୨.୩ ମିଲିୟନ ଯାତ୍ରୀ ଯାତାୟତ କରିଥିବା ବେଳେ ୨୦୧୭-୧୮ ଆର୍ଥିକ ବର୍ଷରେ ୩.୨ ମିଲିୟନ ଯାତ୍ରୀ ଯାତାୟତ କରିଛନ୍ତି। ଯାହା ଦେଶର ୧୫ଟି ବିମାନବନ୍ଦର ମଧ୍ୟରେ ଗ୍ରୋଥ ରେଟ୍ ସର୍ବାଧିକ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି। ଆଗାମି ଦିନରେ ଭୁବନେଶ୍ୱର ବିମାନ ବନ୍ଦରରେ ଆଉ ଏକ ଟର୍ମିନାଲ୍ ଖୋଲାଯିବ ବୋଲି ସେ ସୂଚନା ଦେଇଛନ୍ତି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)