Advertisment

ଅଧିକ ଥର ଇ-ଟିକେଟ୍ ବୁକିଂ କଲେ ଆଇଡ଼ି ହୋଇଯିବ ବ୍ଲକ୍

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା ପାଇଁ ବର୍ତ୍ତମାନ ଆଉ ଗୋଟିଏ ଆଇଡ଼ିରୁ ଅଧିକ ଥର ଇ-ଟିକେଟ୍ ବୁକିଂ ହୋଇପାରିବନି। ଯଦି ଗୋଟିଏ ଆଇଡ଼ିରୁ ବାରମ୍ବାର ଟିକେଟ୍ ବୁକିଂ କରାଯାଏ ତେବେ ଉକ୍ତ ଆଇଡ଼ିକୁ ରେଲୱେ ପକ୍ଷରୁ ବ୍ଲକ୍ କରି ଦିଆଯିବ। ଫଳରେ ଟିକେଟ୍ ବୁକିଂ ପାଇଁ ଦଲାଲ କରୁଥିବା ନେଟୱର୍କର ଅବସାନ ଘଟିବା ସହ ଯାତ୍ରୀମାନଙ୍କୁ ସୁବିଧା ହେବବୋଲି ରେଳ ବିଭାଗ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଗୋଟିଏ ଆଇଡ଼ିରୁ ଅଧିକତର ଟିକେଟ୍ ବୁକିଂ କରାଯାଇ ଏହାର ଦୁରୂପଯୋଗ କରାଯାଉଛି […]

author-image
Otv Khabar Bureau
ଅଧିକ ଥର ଇ-ଟିକେଟ୍ ବୁକିଂ କଲେ ଆଇଡ଼ି ହୋଇଯିବ ବ୍ଲକ୍

railway

ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା ପାଇଁ ବର୍ତ୍ତମାନ ଆଉ ଗୋଟିଏ ଆଇଡ଼ିରୁ ଅଧିକ ଥର ଇ-ଟିକେଟ୍ ବୁକିଂ ହୋଇପାରିବନି। ଯଦି ଗୋଟିଏ ଆଇଡ଼ିରୁ ବାରମ୍ବାର ଟିକେଟ୍ ବୁକିଂ କରାଯାଏ ତେବେ ଉକ୍ତ ଆଇଡ଼ିକୁ ରେଲୱେ ପକ୍ଷରୁ ବ୍ଲକ୍ କରି ଦିଆଯିବ।

Advertisment

ଫଳରେ ଟିକେଟ୍ ବୁକିଂ ପାଇଁ ଦଲାଲ କରୁଥିବା ନେଟୱର୍କର ଅବସାନ ଘଟିବା ସହ ଯାତ୍ରୀମାନଙ୍କୁ ସୁବିଧା ହେବବୋଲି ରେଳ ବିଭାଗ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

railway

ଗୋଟିଏ ଆଇଡ଼ିରୁ ଅଧିକତର ଟିକେଟ୍ ବୁକିଂ କରାଯାଇ ଏହାର ଦୁରୂପଯୋଗ କରାଯାଉଛି ଫଳରେ ଏହାକୁ ରୋକିବା ପାଇଁ ରେଲୱେ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଜଣାପଡ଼ିଛି।

Advertisment

ରେଲୱେର ନୂଆ ନିୟମ ଅନୁସାରେ, ଗୋଟିଏ ମାସରେ ଗୋଟିଏ ଆଇଡ଼ିରୁ ଜେନେରାଲ କୋଟାରେ ୬ ଓ ତତ୍କାଳ କୋଟାରେ ୨ଟି ଟିକେଟ୍ କେବଳ ବୁକିଂ ହୋଇପାରିବ। ତେବେ ଏଥିପାଇଁ ଆଇଆରସିଟିସି ଆକାଉଣ୍ଟ ସହ ଆଧାର ଲିଙ୍କ୍ ହେବା ନିହାତି ଜରୁରୀ।

ସୂଚନା ଅନୁସାରେ, ଗୋଟିଏ ଆଇଡ଼ିରୁ ଯେଉଁମାନେ ୧୨ରୁ ଅଧିକ ଇ-ଟିକେଟ୍ ବୁକିଂ କରୁଛନ୍ତି, ସେଗୁଡ଼ିକୁ ଚିହ୍ନଟ କରାଯାଇ ସେହିସବୁ ଆଇଡ଼ିକୁ ବ୍ଲକ୍ କରାଯାଉଛି। ୨ ମାସ ଭିତରେ ପାଖାପାଖି ୧,୫୦୦ ଆଇଡ଼ି ବ୍ଲକ୍ କରାଯାଇଥିବାର ଜଣାପଡ଼ିଛି।

Indian Railways IRCTC E-ticket E-ticket Booking In Railway Railway E-ticket Railway E-ticket Booking
Advertisment
Advertisment