Advertisment

ବର୍ତ୍ତମାନ ରାଜ୍ୟରେ ଛାଡ଼ ହେବ ନାହିଁ କୃଷି ଋ଼ଣ

ଭୁବନେଶ୍ୱର: ପୁଣି ଥରେ ଚାଷୀଙ୍କୁ ନିରାଶ କଲେ ରାଜ୍ୟ ସରକାର। ବର୍ତ୍ତମାନ ରାଜ୍ୟରେ କୃଷି ଋ଼ଣ ଛାଡ଼ ହେବା ନେଇ କୌଣସି ବି ପ୍ରସ୍ତାବ ନାହିଁ। ଏପରି କିଛି ଉତ୍ତର ବିଧାନସଭାରେ ରଖିଛନ୍ତି ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର। ବିଧାନସଭାରେ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ପ୍ରଶ୍ନର ଉତ୍ତରରେ ସମବାୟ ମନ୍ତ୍ରୀଙ୍କଠୁ ଏପରି ଉତ୍ତର ମିଳିଛି। ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶର ଚାଷୀଙ୍କୁ କୃଷି ଋ଼ଣ ଛାଡ଼ ହେବା ପରେ ଓଡ଼ିଶାର ଚାଷୀ ଏନେଇ ଆଶା ରଖିଥିଲେ। ରାଜ୍ୟରେ କୃଷି […]

author-image
Otv Khabar Bureau
ବର୍ତ୍ତମାନ ରାଜ୍ୟରେ ଛାଡ଼ ହେବ ନାହିଁ କୃଷି ଋ଼ଣ

farmer

ଭୁବନେଶ୍ୱର: ପୁଣି ଥରେ ଚାଷୀଙ୍କୁ ନିରାଶ କଲେ ରାଜ୍ୟ ସରକାର। ବର୍ତ୍ତମାନ ରାଜ୍ୟରେ କୃଷି ଋ଼ଣ ଛାଡ଼ ହେବା ନେଇ କୌଣସି ବି ପ୍ରସ୍ତାବ ନାହିଁ। ଏପରି କିଛି ଉତ୍ତର ବିଧାନସଭାରେ ରଖିଛନ୍ତି ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର।

Advertisment

ବିଧାନସଭାରେ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ପ୍ରଶ୍ନର ଉତ୍ତରରେ ସମବାୟ ମନ୍ତ୍ରୀଙ୍କଠୁ ଏପରି ଉତ୍ତର ମିଳିଛି। ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶର ଚାଷୀଙ୍କୁ କୃଷି ଋ଼ଣ ଛାଡ଼ ହେବା ପରେ ଓଡ଼ିଶାର ଚାଷୀ ଏନେଇ ଆଶା ରଖିଥିଲେ।

ରାଜ୍ୟରେ କୃଷି ଋ଼ଣ ଛାଡ଼ ହେବା ନେଇ ବିଚାର କରାଯିବ ବୋଲି ପୂର୍ବରୁ କହିଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲେ ସମବାୟ ମନ୍ତ୍ରୀଙ୍କ ବୟାନ ପରେ ନିରାଶ ହୋଇଛନ୍ତି ରାଜ୍ୟର ଚାଷୀ। ଆତ୍ମହତ୍ୟା, ଦାରିଦ୍ରତା ଦୂର କରିବା ପାଇଁ ରାଜ୍ୟ ସରକାର କୃଷିଋ଼ଣ ଛାଡ଼ ନେଇ ପଦକ୍ଷେପ ନେବେ କି ବୋଲି ପ୍ରଶ୍ନ କରିଥିଲେ ବିଧାୟକ ପ୍ରିୟଦର୍ଶୀ ମିଶ୍ର।

Advertisment
Odisha Odisha Government Farmers Loan Waiver For Farmers
Advertisment
Advertisment