/odishatv-khabar/media/post_attachments/uploadimage/library/16_9/16_9_0/vlcsnap-error528-1_1626693811.jpg)
vlcsnap-error528
ଭୁବନେଶ୍ୱର: ଓଡ଼ିଶା, ଛତିଶଗଡ଼, ଆନ୍ଧ୍ର ଓ ତେଲେଙ୍ଗାନା ମାଓବାଦୀଙ୍କ ଆକ୍ରମଣରେ ଗୁରୁତର ଆହତ ହେଉଛନ୍ତି ଅନେକ ଯବାନ। ସେମାନଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ଲାଗି ଭୁବନେଶ୍ୱର ଏମ୍ସ କ୍ୟାମ୍ପସରେ ହେଲିପ୍ୟାଡ୍ ନିର୍ମାଣ ଲାଗି ପ୍ରସ୍ତାବ ରହିଥିଲା। ମୂଳ ଡିଜାଇନ୍ରେ ଟ୍ରମା କେୟାର ସେଣ୍ଟର ପାଖରେ ହେଲିପ୍ୟାଡ୍ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ ହୋଇଛି। ମାତ୍ର ଏବେ ମୂଳ ନକ୍ସାରେ କରାଯାଇଛି ପରିବର୍ତ୍ତନ। ହେଲିପ୍ୟାଡ୍ ନିର୍ମାଣ ଲାଗି ଉଦ୍ଦିଷ୍ଟ ସ୍ଥାନରେ ରୋଗୀଙ୍କ ସଂପର୍କୀୟଙ୍କ ରହିବା ପାଇଁ ତିଆରି ହେବ ଧର୍ମଶାଳା। ନାଲ୍କୋ ସହାୟତାରେ ଏହି ଧର୍ମଶାଳା ନିର୍ମାଣ କରାଯିବ। ତେବେ କେଉଁ କାରଣରୁ ହଠାତ୍ ପ୍ଲାନ୍ ବଦଳି ଗଲା ତାକୁ ନେଇ ଉଠିଛି ପ୍ରଶ୍ନ।
ସେପଟେ ଏମ୍ସକୁ ପୂର୍ଣ୍ଣାଙ୍ଗ ରୂପ ଦେବା ପାଇଁ ଯେଉଁ ସମୟସୀମା ଧାର୍ଯ୍ୟ ହୋଇଥିଲା ଓ ସେଥିଲାଗି ଯେଉଁ ଢଙ୍ଗରେ କାମ ହେବା କଥା ସେଥିରେ ଶିଥିଳତା ଆସିଥିବା କହିଛନ୍ତି ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଅଶୋକ କୁମାର ମହାପାତ୍ର। ସେହିପରି ଏମ୍ସରେ ହେଲିପ୍ୟାଡ୍ ନିର୍ମାଣ ହୋଇଥିଲେ ପୂର୍ବ ଭାରତରେ ମଧ୍ୟ ଏହା ଏକ ସ୍ୱତନ୍ତ୍ର ମାନ୍ୟତା ହାସଲ କରିଥାଆନ୍ତା। ତେଣୁ ଯୋଜନାରେ ପରିବର୍ତ୍ତନକୁ ନାପସନ୍ଦ କରିଛନ୍ତି ପ୍ରଫେସର ମହାପାତ୍ର। ସେହିପରି ହେଲିପ୍ୟାଡ୍ ଯୋଜନା ପରିବର୍ତ୍ତନ ନିଷ୍ପତ୍ତି ଠିକ୍ ନୁହେଁ ବୋଲି ପୂର୍ବତନ ପୋଲିସ ପ୍ରଶାସକ ବି ମତ ରଖିଛନ୍ତି।
ଭୁବନେଶ୍ୱର ଏମ୍ସକୁ ବାହାର ରାଜ୍ୟରୁ ମଧ୍ୟ ରୋଗୀ ଆସୁଛନ୍ତି। ସେମାନଙ୍କ ସଂପର୍କୀୟଙ୍କ ଲାଗି ରହିବା ସୁବିଧା କରିବା ମଧ୍ୟ ଜରୁରୀ। ତେବେ ମୂଳ ଯୋଜନାରେ ପରିବର୍ତ୍ତନ କରି ହେଲିପ୍ୟାଡ୍ ସ୍ଥାନରେ ଧର୍ମଶାଳା ନିର୍ମାଣ କରିବା କେତେ ଯୁକ୍ତିଯୁକ୍ତ ତାକୁ ନେଇ ଉଠିଛି ପ୍ରଶ୍ନ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)