/odishatv-khabar/media/post_attachments/uploadimage/library/16_9/16_9_0/puri_1626433986.jpg)
jagannath temple
ପୁରୀ: ଛତିଶା ନିଯୋଗର ମତ ଓ ସରକାରଙ୍କ ଅନୁମତି ପରେ ରତ୍ନଭଣ୍ଡାର ଯାଞ୍ଚ ହେବ। ଗତକାଲି ରତ୍ନଭଣ୍ଡାର ସବ୍ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନା।
ସେ କହିଛନ୍ତି ଯେ ରତ୍ନଭଣ୍ଡାର ସ୍ଥାୟିତ୍ୱ ଓ ସୁରକ୍ଷା ଯାଞ୍ଚ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେବଳ ରତ୍ନଭଣ୍ଡାରର ଛାତ ଓ କାନ୍ଥ ଅବସ୍ଥାର ଯାଞ୍ଚ ହେବ। ତେବେ ରତ୍ନଭଣ୍ଡାର ଗହଣାର ଆକଳନ ହେବ ନାହିଁ ଏବଂ ଏ ନେଇ କେହି ବିଭ୍ରାନ୍ତର ଶିକାର ହେବା ଉଚିତ୍ ନୁହେଁ ବୋଲି ସେ କହିଛନ୍ତି।
ତେବେ ରତ୍ନଭଣ୍ଡାରକୁ ଯିବା ବେଳେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ଼୍ୟୁର ବା ଏସ୍ଓପିର ଅନୁସରଣ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।
ରତ୍ନଭଣ୍ଡାର ସବ୍ କମିଟି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଜିଲ୍ଲାପାଳ, ଏସପି, ଗଜପତିଙ୍କ ସଚିବ, ଏଏସ୍ଆଇ ଅଧିକାରୀ, ଭଣ୍ଡାର ମେକାପ, ଛତିଶା ନିଯୋଗ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ୟପଟେ ASIର ୫ ଜଣିଆ ଟିମ୍ ରତ୍ନଭଣ୍ଡାରର ଛାତ ଓ ବାହାର ପଟୁ ଯାଞ୍ଚ କରିଛନ୍ତି। ବାହାର ପଟୁ ଠିକଠାକ୍ ଥିବା ଜଣା ପଡୁଥିବା ବେଳେ ଭିତରପଟୁ ନ ଦେଖିବା ଯାଏ ସ୍ଥିତି ସଂପର୍କରେ ସେମିତି କିଛି କହି ହେବ ନାହିଁ ବୋଲି ଏଏସଆଇ ଟିମ୍ ସଦସ୍ୟ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)