Advertisment

ଆଜି ଦିଲ୍ଲୀରୁ ଫେରୁଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର : ନୂଆ ପିସିସି ସଭାପତି ଦାୟିତ୍ୱ ପରେ ଆଜି ଦିଲ୍ଲୀରୁ ଓଡ଼ିଶା ଫେରୁଛନ୍ତି ନିରଞ୍ଜନ ପଟ୍ଟନାୟକ। ତାଙ୍କ ଟିମ୍‌ର ନବ ନିଯୁକ୍ତ ଅନ୍ୟ ସଦସ୍ୟମାନେ ମଧ୍ୟ ଭୁବନେଶ୍ୱର ଫେରୁଛନ୍ତି। ନିରଞ୍ଜନ ଓ ତାଙ୍କ ନୂଆ ଟିମକୁ ସ୍ୱାଗତ ଲାଗି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଏଥିପାଇଁ ଚଳଚଞ୍ଚଳ ହୋଇଛି କଂଗ୍ରେସ ଭବନ। ଗତ ୧୯ ତାରିଖରେ ରାଜ୍ୟ କଂଗ୍ରେସର ନୂଆ ମୁଖିଆ ଭାବେ ନିରଞ୍ଜନଙ୍କ ନାଁରେ ମୋହର ଲଗାଇଥିଲେ ଦଳର ସଭାପତି ରାହୁଲ ଗାନ୍ଧି। ଚିରଞ୍ଜୀବ […]

author-image
Otv Khabar Bureau
ଆଜି ଦିଲ୍ଲୀରୁ ଫେରୁଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

niranjan1

ଭୁବନେଶ୍ୱର : ନୂଆ ପିସିସି ସଭାପତି ଦାୟିତ୍ୱ ପରେ ଆଜି ଦିଲ୍ଲୀରୁ ଓଡ଼ିଶା ଫେରୁଛନ୍ତି ନିରଞ୍ଜନ ପଟ୍ଟନାୟକ। ତାଙ୍କ ଟିମ୍‌ର ନବ ନିଯୁକ୍ତ ଅନ୍ୟ ସଦସ୍ୟମାନେ ମଧ୍ୟ ଭୁବନେଶ୍ୱର ଫେରୁଛନ୍ତି। ନିରଞ୍ଜନ ଓ ତାଙ୍କ ନୂଆ ଟିମକୁ ସ୍ୱାଗତ ଲାଗି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଏଥିପାଇଁ ଚଳଚଞ୍ଚଳ ହୋଇଛି କଂଗ୍ରେସ ଭବନ।

Advertisment

ଗତ ୧୯ ତାରିଖରେ ରାଜ୍ୟ କଂଗ୍ରେସର ନୂଆ ମୁଖିଆ ଭାବେ ନିରଞ୍ଜନଙ୍କ ନାଁରେ ମୋହର ଲଗାଇଥିଲେ ଦଳର ସଭାପତି ରାହୁଲ ଗାନ୍ଧି। ଚିରଞ୍ଜୀବ ବିଶ୍ୱାଳ, ନବ ଦାସ  ଓ ପ୍ରଦୀପ ମାଝୀଙ୍କୁ  କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ ଦିଆଯାଇଥିଲା। ସେହିଭଳି ନବ ଗଠିତ ଟିମରେ ଭକ୍ତ ଦାସଙ୍କୁ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ, ଜିତେନ୍ଦ୍ର ସିଂଙ୍କୁ ସମନ୍ୱୟ କମିଟିର ଅଧ୍ୟକ୍ଷ, ଜୟଦେବ ଜେନାଙ୍କୁ କୋର୍ କମିଟି ଅଧ୍ୟକ୍ଷ ଓ ହେମାନନ୍ଦ ବିଶ୍ୱାଳଙ୍କୁ ଶୃଙ୍ଖଳା କମିଟି ଦାୟିତ୍ୱ ମିଳିଛି।

ଶ୍ରୀକାନ୍ତ ଜେନାଙ୍କୁ ମେନିଫେଷ୍ଟୋ କମିଟିର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ନିରଞ୍ଜନଙ୍କ ନେତୃତ୍ୱରେ ରାଜ୍ୟରେ କଂଗ୍ରେସ ପୁଣି ଶକ୍ତିଶାଳୀ ହେବ ବୋଲି ଆଶା ରଖିଛନ୍ତି କର୍ମୀ।

Advertisment
Niranjan Patnaik OPCC President
Advertisment
Advertisment