Advertisment

ଏଚ୍‌ଆଇଭି, ଇବୋଲା ପରେ ଆସିଲା ପ୍ରାଣଘାତକ ନିପା ଭୁତାଣୁ

ନୂଆଦିଲ୍ଲୀ: ଏଚ୍‌ଆଇଭି, H1N1 ଓ ଇବୋଲା ପରେ ଆଉ ଏକ ଭୁତାଣୁ ସମସ୍ତଙ୍କର ମୁଣ୍ଡବିନ୍ଧାର କାରଣ ହେବାକୁ ଯାଉଛି। ଏହି ଭୁତାଣୁର ନାମ ହେଉଛି  ନିପା ବା ଏନ୍‌ଆଇଭି( NIV)। କେରଳର କୋଝିକୋଡ ଓ ମାଲ୍ଲପୁରମ୍‌ରେ ଏହି ଭୁତାଣୁରେ ସଂକ୍ରମିତ ହୋଇ ୧୩ ଜଣ ପ୍ରାଣ ହରାଇଛନ୍ତି ବୋଲି ଜଣାପଡ଼ିଛି। ଏହି ରୋଗର ଲକ୍ଷଣ ଥାଇ ଜଣେ ନର୍ସଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିବା ସ୍ୱାସ୍ଥ୍ୟ ବିଭାଗ ଏହାକୁ ଅତ୍ୟନ୍ତ ଗମ୍ଭୀରତା ସହ ନେଇଛି। ସଂପୃକ୍ତ ନର୍ସ ନିପା […]

author-image
Otv Khabar Bureau
ଏଚ୍‌ଆଇଭି, ଇବୋଲା ପରେ ଆସିଲା ପ୍ରାଣଘାତକ ନିପା ଭୁତାଣୁ

nipa-3

ନୂଆଦିଲ୍ଲୀ: ଏଚ୍‌ଆଇଭି, H1N1 ଓ ଇବୋଲା ପରେ ଆଉ ଏକ ଭୁତାଣୁ ସମସ୍ତଙ୍କର ମୁଣ୍ଡବିନ୍ଧାର କାରଣ ହେବାକୁ ଯାଉଛି। ଏହି ଭୁତାଣୁର ନାମ ହେଉଛି  ନିପା ବା ଏନ୍‌ଆଇଭି( NIV)। କେରଳର କୋଝିକୋଡ ଓ ମାଲ୍ଲପୁରମ୍‌ରେ ଏହି ଭୁତାଣୁରେ ସଂକ୍ରମିତ ହୋଇ ୧୩ ଜଣ ପ୍ରାଣ ହରାଇଛନ୍ତି ବୋଲି ଜଣାପଡ଼ିଛି। ଏହି ରୋଗର ଲକ୍ଷଣ ଥାଇ ଜଣେ ନର୍ସଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିବା ସ୍ୱାସ୍ଥ୍ୟ ବିଭାଗ ଏହାକୁ ଅତ୍ୟନ୍ତ ଗମ୍ଭୀରତା ସହ ନେଇଛି।

Advertisment

publive-imageସଂପୃକ୍ତ ନର୍ସ ନିପା ବା ଏନ୍ଆଇଭି ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା କରୁଥିଲେ ବୋଲି ଜଣାପଡ଼ିଛି। ତେବେ କେରଳ ସ୍ୱାସ୍ଥ୍ୟ ବିଭାଗ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ମୃତ୍ୟୁ ନିପା ଭୁତାଣୁ ଯୋଗୁଁ ହୋଇଛି ବୋଲି ରକ୍ତ ନମୁନା ପରୀକ୍ଷଣ ରିପୋର୍ଟ ଆଧାରରେ ସ୍ୱୀକାର କରିଛନ୍ତି।

publive-imageମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୩ ଜଣ ସଦସ୍ୟ ଥିବା ଜଣାପଡିଛି। ଏହି ଭୁତାଣୁକୁ ନେଇ କେରଳ ସରକାର ସ୍ୱାସ୍ଥ୍ୟ ବିଭାଗକୁ ହାଇ ଆଲର୍ଟରେ ରଖିଛନ୍ତିI ନିପା ଭୁତାଣୁ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଆଇସୋଲେସନ୍ ୱାର୍ଡ଼ର ବ୍ୟବସ୍ଥା କରାଯାଇଛି। ଏହି ଭୁତାଣୁ ବିଷୟରେ ଏବେ ସୁଦ୍ଧା ବିଶେଷ  କିଛି ତଥ୍ୟ ଜଣାପଡ଼ି ନାହିଁ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ କେ.କେ. ଶୈଲଜା କହିଛନ୍ତି।ମୃତକମାନଙ୍କ ରକ୍ତ ନମୁନା ଓ ଅନ୍ୟାନ୍ୟ ନମୁନା ପରୀକ୍ଷା ପାଇଁ ପୁନେ ସ୍ଥିତ ନାସନାଲ ଭାଇରୋଲୋଜି ଇନଷ୍ଟିଚୁଟକୁ ପଠା ଯାଇଛି।

Advertisment

ଖୁବ ଶୀଘ୍ର ଏହି ଭୁତାଣୁ ସମ୍ପର୍କରେ ଜଣାପଡ଼ିବ ବୋଲି ଶୈଲଜା କହିଛନ୍ତି। କୌଣସି ଫଳ ଖଣ୍ଡିଆ ଖାବରା ବା ସଂକ୍ରମିତ ହୋଇଥିବା ସନ୍ଦେହ ହେଲେ ନ ଖାଇବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଛି।

Kerala Nipah Virus
Advertisment
Advertisment