Advertisment

ସତରେ କ’ଣ ମାଙ୍କଡ଼ ମାରିଦେଲା! ଏବେବି ରହସ୍ୟ ଘେରରେ ଶିଶୁପୁତ୍ରର ମୃତ୍ୟୁ

ଭୁବନେଶ୍ୱର: ନିଖୋଜର ୨୪ ଘଣ୍ଟା ପରେ ମୃତ ଅବସ୍ଥାରେ ମିଳିଲା କଟକ ବାଙ୍କି ଥାନା ତାଳବସ୍ତ ଗାଁର ୧୫ ଦିନର ଶିଶୁପୁତ୍ର। ପଡୋଶୀଙ୍କ ଘର ପଛପଟେ ଥିବା ଏକ କୂଅରୁ ଶିଶୁଟିର ମୃତଦେହକୁ ଉଦ୍ଧାର କରାଯାଇଛି। ଏହାପରେ ତାଳବସ୍ତ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଅଗଣାରେ ବାପା ମାଙ୍କ ମଝିରେ ଶୋଇଥିବା ବେଳେ ଗତକାଲି ସକାଳେ ଶିଶୁଟିକୁ ମାଙ୍କଡ ଉଠାଇ ନେଇଥିବା ଅଭିଯୋଗ କରିଥିଲେ। ଶିଶୁଟିର ବାପା, ମା। ଏହାପରେ ବନ ବିଭାଗ ଓ ଅଗ୍ନିଶମ […]

author-image
Otv Khabar Bureau
ସତରେ କ’ଣ ମାଙ୍କଡ଼ ମାରିଦେଲା! ଏବେବି ରହସ୍ୟ ଘେରରେ ଶିଶୁପୁତ୍ରର ମୃତ୍ୟୁ

newborn banki

ଭୁବନେଶ୍ୱର: ନିଖୋଜର ୨୪ ଘଣ୍ଟା ପରେ ମୃତ ଅବସ୍ଥାରେ ମିଳିଲା କଟକ ବାଙ୍କି ଥାନା ତାଳବସ୍ତ ଗାଁର ୧୫ ଦିନର ଶିଶୁପୁତ୍ର। ପଡୋଶୀଙ୍କ ଘର ପଛପଟେ ଥିବା ଏକ କୂଅରୁ ଶିଶୁଟିର ମୃତଦେହକୁ ଉଦ୍ଧାର କରାଯାଇଛି। ଏହାପରେ ତାଳବସ୍ତ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Advertisment

ଅଗଣାରେ ବାପା ମାଙ୍କ ମଝିରେ ଶୋଇଥିବା ବେଳେ ଗତକାଲି ସକାଳେ ଶିଶୁଟିକୁ ମାଙ୍କଡ ଉଠାଇ ନେଇଥିବା ଅଭିଯୋଗ କରିଥିଲେ। ଶିଶୁଟିର ବାପା, ମା। ଏହାପରେ ବନ ବିଭାଗ ଓ ଅଗ୍ନିଶମ କର୍ମଚାରୀମାନେ ଦିନ ତମାମ ଜାରି ରଖିଥିଲେ ସର୍ଚ ଅପରେସନ୍‌। ଡମପଡା ଫରେଷ୍ଟ ରେଞ୍ଜର ସଂଗ୍ରାମ କେଶରୀ ମହାନ୍ତିଙ୍କ ନେତୃତ୍ୱରେ ଏକ ୩୦ଜଣିଆ ଟିମ୍ ଗଠନ ହୋଇ ସର୍ଚ୍ଚ ଅପରେସନ୍ କରାଯାଇଥିଲା।କିନ୍ତୁ ଗତକାଲି କୌଣସି ପତ୍ତା ମିଳିନଥିଲା। ପରେ ରାତି ହେବାରୁ ସର୍ଚ ଅପରେସନକୁ ବନ୍ଦ ରଖିଥିଲା ବନବିଭାଗ।

ସେପଟେ ସଂପୃକ୍ତ ଶିଶୁଟିର ବାପା ସ୍ଥାନୀୟ ଏକ ହନୁମାନ ମନ୍ଦିରରେ ଗୁହାରିଆ ପଡିବା ସହ ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। କିନ୍ତୁ ଆଜି ସକାଳୁ ମିଳିଛି ଶିଶୁଟିର ମୃତଦେହ। କୂଅକୁ ପାଣି ଆଣିବାକୁ ଯାଇଥିବାବେଳେ କିଛି ଲୋକ ଶିଶୁଟିର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ଶିଶୁଟିକୁ ଉଦ୍ଧାର କରାଯାଇଛି।

Advertisment

ମୃତଦେହ ମିଳିବା ପରେ ବାଙ୍କି ମେଡ଼ିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତେବେ ୨୪ ଘଣ୍ଟା ପରେ କୂଅ ଭିତରୁ ଶିଶୁର ମୃତଦେହ ମିଳିଥିବାବେଳେ ସତରେ ମାଙ୍କଡ଼ ନେଇ ଶିଶୁଟିକୁ ଏଭଳି ଅବସ୍ଥାରେ ପକାଇଥିଲା, ନା ଏହାପଛରେ ଅନ୍ୟ କୌଣସି କାରଣ ରହିଛି ସେନେଇ ସନ୍ଦେହ ଉପୁଜିଛି।

Odisha Cuttack
Advertisment
Advertisment